ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ରୁପ୍ରା ଓ ଘୋଡାବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ସତ୍ୟସାଇ ପଣ୍ଡାଙ୍କ ନାମରେ ଅନିୟମିତତା ଅଭିଯୋଗ ନେଇ ଗୁରୁବାର ରୁପ୍ରାର ନାଏବ ସରପଞ୍ଚ ଚନ୍ଦ୍ର ମଣି ଗୌଡ଼ଙ୍କ ନେତୃତ୍ୱରେ ଶ୍ୟାମ ସୁନ୍ଦର ସାହୁ, ଚୈତନ୍ୟ ନନ୍ଦ, କିଶନ ଦୁର୍ଗା, କୀର୍ତ୍ତି ଚନ୍ଦ୍ର ସାହୁଙ୍କ ସମେତ ୧୫ ରୁ ଉର୍ଦ୍ଧ୍ବ ରୁପ୍ରା ଜନସାଧାରଣ ନର୍ଲା ବିଡିଓଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି । ରୁପ୍ରା ଘୋଡାବନ୍ଧ ଉଭୟ ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଦାଇତ୍ୱରେ ରହିଥିବା ପିଇଓ ଗତ ଦୁଇ ମାସରୁ ଉର୍ଦ୍ଧ୍ବ ହୋଇଗଲାଣି ରୁପ୍ରା ଗ୍ରାମ ପଞ୍ଚାୟତରେ ଯୋଗଦାନ କରି ହେଲେ ସେ ଏହି ଦୁଇ ମାସ ମଧ୍ୟରେ ରୁପ୍ରା ଗ୍ରାମ ପଞ୍ଚାୟତକୁ ଅଳ୍ପ କେତେ ଦିନ ହିଁ ଡ୍ୟୁଟି ଆସୁଥିବା ଅଭିଯୋଗ କରିଛନ୍ତି ରୁପ୍ରା ଗ୍ରାମବାସୀ । ରୁପ୍ରା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଥବିର ରଣାଙ୍କ ଅବସର ପରେ ରୁପ୍ରା ଗ୍ରାମ ପଞ୍ଚାୟତର ଦାଇତ୍ୱ ନେଇଥିଲେ କାର୍ଯ୍ୟ ନିର୍ବାହୀ ଶ୍ରୀ ପଣ୍ଡା । ଶ୍ରୀ ପଣ୍ଡାଙ୍କ ଘର ଦେପୁର ଠାରେ ବୋଲି ଜଣା ପଡ଼ିଛି । ସମାନ ଅଭିଯୋଗ କରିଛନ୍ତି ଘୋଡାବନ୍ଧ ଗ୍ରାମବାସୀ । ଘୋଡାବନ୍ଧ ପଞ୍ଚାୟତ ବାସୀ ବ୍ଲକକୁ ଅଭିଯୋଗ ନେଇ ଆସିନଥିଲେ ମଧ୍ୟ ନର୍ଲା ବ୍ଲକ୍ ରେ ଉପସ୍ଥିତ ଥିବା ଘୋଡାବନ୍ଧ ଗ୍ରାମ ପଞ୍ଚାୟତର କେତେକ ଲୋକ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡାଙ୍କ ଅନିୟମିତତା ବିଷୟରେ ଉଲ୍ଲେଖ କରିଥିବା ଜଣାପଡିଛି । ରୁପ୍ରା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡାଙ୍କ ଡ୍ୟୁଟି ନିୟମିତ ଆସୁନଥିବା ଜାଣି ମଧ୍ୟ ନର୍ଲା ବ୍ଲକ୍ ପ୍ରଶାସନ କାହିଁକୁ ଚୁପ ରହୁଛନ୍ତି ସେ ନେଇ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଉଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଶ୍ରୀ ପଣ୍ଡା ମାସ ମାସ ଧରି ରୁପ୍ରା ଗ୍ରାମ ପଞ୍ଚାୟତକୁ ଡ୍ୟୁଟି ଆସୁ ନଥିବାରୁ ରୁପ୍ରା ଅଞ୍ଚଳବାସୀ ଗତ ସପ୍ତାହରେ ପଞ୍ଚାୟତ ଅଫିସ୍ ରେ ତାଲା ମାରିଥିଲେ । ପ୍ରଶାସନଙ୍କ ପ୍ରତିଶୃତି କ୍ରମେ ତାଲା ଖୋଲାଯାଇଥିଲା । ହେଲେ ରୁପ୍ରା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଯଥା ପୂର୍ବ ତଥା ପରଂ ନିତୀକୁ ନେଇ ଆଜି ଗୁରୁବାର ନର୍ଲା ବ୍ଲକ୍ ପ୍ରଶାସନକୁ ଭେଟି ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ରୁପ୍ରା ଗ୍ରାମ ପଞ୍ଚାୟତ ଅଧିକାରୀଙ୍କ ଦୀର୍ଘଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ କାରଣରୁ ଆବାସ ଯୋଜନା କାର୍ଯ୍ୟ, ବୃଦ୍ଧ, ବୃଦ୍ଧା ଭତ୍ତା ପାଇବାରେ ଅବହେଳା, ରାସ୍ତା ନିର୍ମାଣ ଭଳି ଅନେକ ଯୋଜନା ଠପ୍ ହୋଇ ପଡିଛି ।
ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଘରୁ ଡ୍ୟୁଟି ପାଇଁ ଆସୁଛନ୍ତି। ହେଲେ ଗ୍ରାମ ପଞ୍ଚାୟତ ଅଫିସ୍ କୁ କ’ଣ ପାଇଁ ଯାଉ ନାହାନ୍ତି ଜଣାପଡିନି । ଏନେଇ ତାଙ୍କୁ ଦୁଇଥର ଚେତାବନୀ ମଧ୍ୟ ଦିଆଯିବା ପରେ ଲୋକଙ୍କ ଅଭିଯୋଗ ନେଇ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଫୟତ ତଲବ କରିଥିବା ନର୍ଲା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି ।