ଧାରଣା ସ୍ଥଳରେ ଗୁରୁବାର ବ୍ରତ ପାଳିଲେ ନର୍ଲା ଅଙ୍ଗନୱାଡ଼ି କର୍ମୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ର ଅଙ୍ଗନବାଡି କର୍ମୀ ମାନେ ସଂଘ ଡ଼ାକରାରେ ଭୁବନେଶ୍ୱର ରେ ଧାରଣା ଦେଉଥିବା ବେଳେ ନର୍ଲା ଆଇସିଡିଏସ ସମ୍ମୁଖରେ ମଧ୍ୟ ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ ଓ ସହାୟିକା। ମାର୍ଗଶିର ମାସ ଗୁରୁବାର ବ୍ରତ ପ୍ରତ୍ୟେକ ଓଡ଼ିଆ ହିନ୍ଦୁ ନାରୀ ଘରେ ଘରେ ପାଳନ କରୁଥିବା ବେଳେ ନର୍ଲା ର ଅଙ୍ଗନବାଡି କର୍ମୀ ମାନେ ଆଜି ଗୁରୁବାର ସକାଳୁ ଧାରଣା ସ୍ଥଳରେ ଗୁରୁବାର ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି । ଆଜକୁ ୯ ଦିନ ଧରି ପ୍ରତୀକ ଧାରଣା ରେ ଅଙ୍ଗନବାଡି କର୍ମୀ ମାନେ ନର୍ଲା ଆଇସିଡିଏସ ସମ୍ମୁଖରେ ବସୁଥିବା ବେଳେ ଆଜି ଗୁରୁବାର ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ପାଖରେ ମା ଲକ୍ଷ୍ମୀ ଙ୍କ ଫଟୋ ରଖି ଫୁଲ, ଦୁବ ଚଢାଇ, ଧୂପ, ଦୀପ ଦେଇ ନାରେକେଳ ଭାଙ୍ଗି ଫଳ ଓ ପିଠାପଣା ଭୋଗ ଲଗେଇ ଗୁରୁବାର ବ୍ରତ କଥା ଶୁଣି ବ୍ରତ ପାଲିଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ସାରା ରାଜ୍ୟର ଅଙ୍ଗନୱାଡି କର୍ମୀ ୮ ଦଫାର ଦାବୀ ନେଇ ଗତ ୨୧ ରୁ ରାଜଧାନୀ ଭୁବନେଶ୍ୱରରେ ଗଣ ଧାରଣା ଦେଉଥିବା ବେଳେ ନର୍ଲା ଆଇସିଡିଏସ୍ ଅଫିସ୍ ସମ୍ମୁଖରେ ନର୍ଲାର ଶତାଧିକ ଅଙ୍ଗନୱାଡି କର୍ମୀ ଓ ସହାୟୀକା ମାନେ ଧାରଣା ରେ ବସିଛନ୍ତି । ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ଆସୋସିଏସନ ସଂଘର ଡାକରାରେ ୨୦୧୮ ରେ ବହିସ୍କୃତ ହୋଇଥିବା ଅଙ୍ଗନୱାଡି କର୍ମୀଙ୍କ ପୁନଃ ନିଯୁକ୍ତି ଦାବୀ, ଅଙ୍ଗନୱାଡି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଆଯାଉ, ଯେତେଦିନ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇ ନାହିଁ ଅଙ୍ଗନୱାଡି କର୍ମୀଙ୍କୁ ୧୮,୦୦୦ ଟଙ୍କା ଓ ସହାୟୀକା ମାନଙ୍କୁ ୯,୦୦୦ ଟଙ୍କା ପ୍ରଦାନ କରାଯାଉ । ଏବଂ ଇପିଏଫ୍, ଇଏସ୍ଆଇସି ଓ ଗ୍ରାଚ୍ୟୁଇଟି ରେ ସାମିଲ କରାଯାଉ । ମିନି ଅଙ୍ଗନୱାଡି କର୍ମୀକୁ ଉଚ୍ଛେଦ କରାଯାଇ ମୁଖ୍ୟ ଅଙ୍ଗନୱାଡି କର୍ମୀର ମାନ୍ୟତା ଦିଆଯାଉ । ଅଙ୍ଗନୱାଡି କର୍ମୀଙ୍କୁ ଅବସର କାଳରେ ୫,୦୦,୦୦୦ ଟଙ୍କା ସହାୟତା ରାଶି ଓ ମାସିକ ପେନସନ ୫,୦୦୦ ଟଙ୍କା ପ୍ରଦାନ କରାଯାଉ । କାର୍ଯ୍ୟରତ ଅବସ୍ଥାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ସହାୟତା ରାଶି ଓ ପରିବାର ର ଜଣକୁ ଚାକିରୀ ଦିଆଯାଉ । ୨୦୧୮ ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ ଲାଗୁ କରାଯାଉ । ୫୦ ପ୍ରତିଶତ ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଉ । ଏଭଳି ୮ ଗୋଟି ଦଫାର ଦାବୀ ନେଇ ରାଜଧାନୀ ଭୁବନେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କ ଗଣ ଆନ୍ଦୋଳନ ଚାଲିଛି । ଏହା ଦାବୀ ପୁରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ସାରା ରାଜ୍ୟର ଅଙ୍ଗନୱାଡି କର୍ମୀ ଭୁବନେଶ୍ୱରରେ ଧାରଣାରେ ସମବେତ ହୋଇଥିବା ବେଳେ ଓଡିଶାର ସମସ୍ତ ବ୍ଲକ ର ଆଇସିଡିଏସ୍ ଅଫିସ୍ ସମ୍ମୁଖରେ ଭୁବନେଶ୍ୱର ଧାରଣାକୁ ଯାଇ ପାରି ନଥିବା ଅଙ୍ଗନୱାଡି କର୍ମୀ ମାନେ ସେଠାରେ ଧାରଣା ଦେଉଥିବା ଦେଖିବାକୁ ମିଳୁଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଞ୍ଚଳରେ ୧୫୪ ଗୋଟି ଅଙ୍ଗନୱାଡି କେନ୍ଦ୍ର ଓ ୧୦ ଗୋଟି ମିନି ଅଙ୍ଗନୱାଡି କେନ୍ଦ୍ର ଚାଲିଛି । ନର୍ଲା ଅଙ୍ଗନୱାଡି ଆସୋସିଏସନ ର ସଭାପତି ସଂଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ୭୦ ଜଣ ଅଙ୍ଗନୱାଡି କର୍ମୀ ଭୁବନେଶ୍ୱର ଗଣ ଧାରଣାରେ ଯୋଗଦେବା ପାଇଁ ଯାଇଥିବା ବେଳେ, ବାକି ୮୪ ଜଣ ଅଙ୍ଗନୱାଡି କର୍ମୀ ଓ ୧୫୪ ଜଣ ସହାୟୀକା ନର୍ଲା ବ୍ଲକ୍ ଅଙ୍ଗନୱାଡି ଏସୋସିଏସନ ସମ୍ପାଦିକା ଜୟନ୍ତୀ କୁମାରଙ୍କ ନେତୃତ୍ୱରେ ନର୍ଲା ଆଇସିଡିଏସ୍ ଅଫିସ୍ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ନିତ୍ୟ ପୂଜାର୍ଚ୍ଚନା କରି ସକାଳ ୯ ଘଣ୍ଟାରୁ ଦିବା ୨ ଘଣ୍ଟା ଯାଏଁ ପ୍ରତୀକ ଧାରଣା ଦେଉଥିବା ଦେଖିବାକୁ ମିଳିଛି । ଆଜି ଗୁରୁବାର ଅଙ୍ଗନୱାଡି ମାନଙ୍କ ଧାରଣା ୯ ଦିନରେ ପହଂଚି ସାରିଥିବା ବେଳେ ଅଙ୍ଗନବାଡି କାର୍ମୀ ମାନେ ଧାରଣା ସ୍ଥଳରେ ଗୁରୁବାର ବ୍ରତ ପାଳିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.