ବଲାଙ୍ଗୀରରେ ରାଜନୈତିକ ହିଂସା : ଆକ୍ରମଣର ଶିକାର ହେଲେ ବିଜେଡି କର୍ମୀ ପ୍ରଫୁଲ୍ଲ ମେହେର

ବଲାଙ୍ଗିର,୧୪/୪ : ବଲାଙ୍ଗିରରେ ପ୍ରାକ ନିର୍ବାଚନୀ ହିଂସା ଦେଖାଦେଇଛି। ଚନ୍ଦନଭାଟିର ବିଜେଡି କର୍ମୀ ପ୍ରଫୁଲ୍ଲ ମେହେରଙ୍କୁ କିଛି ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ କର୍ମୀଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଛାତି, ଆଖି ଓ ଗୋଡରେ ଆଘାତ ଲାଗିଛି । ପ୍ରଫୁଲ୍ଲ ଅର୍କେଶ ନାରାୟଣ ସିଂ ଦେଓଙ୍କ ପାଇଁ ପ୍ରଚାର କରୁଥିବା ବେଳେ କିଛି କଂଗ୍ରେସ କର୍ମୀ ତାଙ୍କୁ ପ୍ରଚାର କରିବାକୁ ବିରୋଧ କରିଥିଲେ ଓ ପରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ କିଛି ଲୋକ ଚନ୍ଦନ ଭାଟିରେ କ୍ୟାମ୍ପ କରି ଲୋକଙ୍କୁ ଡ଼ରାଇ ଧମକାଉ ଥିଲେ। ଏହାକୁ ବିରୋଧ କରିବାରୁ ଉଭୟ ପକ୍ଷରୁ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ପକ୍ଷରୁ ଏସପିଙ୍କୁ ଭେଟି ଛନ୍ତି। ଘଟଣା ସ୍ଥଳରେ ବଲାଙ୍ଗିର ଏସପି ପହଞ୍ଚି ତଦନ୍ତ କରୁଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅର୍କେଶ ନାରାୟଣ ସିଂ ଦେଓ । ପରିସ୍ଥିତିକୁ ନଜରରେ ରଖି ଘଟଣା ସ୍ଥଳରେ  ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। 

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.