ସୋନପୁର,୧୪/୪ : ସ୍ଥାନିୟ ସଦର ସୋନପୁର ଠାରେ ଡ.ଆମ୍ବେଦକର ଜୟନ୍ତି ପାଳିତ ହୋଇଯାଇଛି । ସ୍ଥାନିୟ ଆମ୍ବେଦକର ଛକ ଠାରେ ସକାଳୁ ସୁବର୍ଣ୍ଣପୁର ଜିଲ୍ଲାପାଲ ମଧୁସୁଦନ ମିଶ୍ର ଆମ୍ବେଦକର ଙ୍କ ପ୍ରତି ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଉପଜିଲ୍ଲାପାଲ ବଳରାମ ମଲ୍ଲିକ, ଏଡିଏମ ଶରତ ଚନ୍ଦ୍ର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଦେବିପ୍ରସାଦ ଦାସ, ଡିପିଆରଓ ହରିହର ମିଶ୍ର , ସାମ୍ବାଦିକ ସ୍ୱାଧିନ ମେହେର ପ୍ରମୁଖ ଡ.ଆମ୍ବେଦକର ଙ୍କ ପତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାହାରା ଟ୍ରଷ୍ଟ ହାଇସ୍କୁଲ ଛାତ୍ର ଙ୍କ ସହିତ ଜିଲ୍ଲା ର ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇