ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୧୮ଦିନରେ ପଂହଚିଲାଣି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ । ୮ଦଫା ଦାବି ପୂରଣ ନ ହେବା ଯାଏଁ ଧାରଣାରୁ ଓହରିବୁ ନାହିଁ ବୋଲି ଜିଦ୍ରେ ଅଟଳ ଅଙ୍ଗନବାଡି କର୍ମୀଙ୍କ ସଂଘ । ଫଳରେ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ତାଲା ଝୁଲୁଥିବାରୁ ପ୍ରାକ୍ ବିଦ୍ୟାଳୟର ଶିକ୍ଷାଦାନରୁ ଓ ଗରମ ରନ୍ଧା ଖାଦ୍ୟ ପାଇବାରୁ ବଂଚିତ ହେଉଛନ୍ତି କୁନି କୁନି ଶିଶୁ ଅଥବା ପୁଷ୍ଟିକର ଛତୁଆ ଖାଦ୍ୟ,ଅଣ୍ଡା ଓ ଅନ୍ୟାନ୍ୟ ସୁବିଧା ପାଇବାରୁ ବଂଚିତ ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ଅସୁବିଧାକୁ କିଏ ବୁଝିବ । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କରସ୍ ଆସୋସଏସନ ରାୟଗଡା ଜିଲ୍ଳା ଶାଖା ପକ୍ଷରୁ ମଧ୍ୟ ଜିଲ୍ଳାର ସମସ୍ତ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ନଭେମ୍ବର ୨୧ତାରିଖରୁ ଦିନରାତି ଧାରଣାରେ ବସିଛନ୍ତି ଅଙ୍ଗନବାଡି କର୍ମୀ । ସରକାରଙ୍କ ସମସ୍ତ ଯୋଜନାକୁ ସଫଳ ରୂପାୟନ ଦିଗରେ ଅଙ୍ଗନବାଡି କର୍ମୀଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ତେବେ ଦୀର୍ଘ ଦିନ ଧରି ସଂଘ ପକ୍ଷରୁ କରାଯାଉଥିବା ୮ଦଫା ଦାବିକୁ ସରକାର କର୍ଣ୍ଣପାତ କରୁନାହାନ୍ତି । ମୁଖ୍ୟତଃ ୨୦୧୮ବର୍ଷରେ ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା ୬ଜଣ ର୍କର୍ମୀଙ୍କୁ ପୁନଃ ନିଯୁକ୍ତି କରିବା, ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା ଏବଂ ମାନ୍ୟତା ନ ମିଳିବା ଯାଏଁ ଅଙ୍ଗନବାଡିକ କର୍ମୀଙ୍କୁ ମାସିକ ୧୮ହଜାର ଓ ମିନି ଅଙ୍ଗନବାଡି କର୍ମୀଙ୍କୁ ୯ହଜାର ଟଙ୍କା ଦେବା, ଇପିଏଫ, ଇଏଆଇସି ଓ ଗ୍ରାଚୁଟିରେ ସାମିଲ କରିବା, ମିନି ଅଙ୍ଗନବାଡି ଉଚ୍ଛେଦ କରି ମିନି ଅଙ୍ଗନବାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀର ମାନ୍ୟତା ପ୍ରଦାନ କରିବା, ଅବସରକାଳନୀ ସହାୟତା ରାଶି ୫ଲକ୍ଷ ଟଙ୍କା ଓ ପେନସନ୍ ମାସିିକ ୫ହଜାର ଟଙ୍କା ପ୍ରଦାନ କରିବା, ମୃତ୍ୟୁକାଳନୀ ସହାୟତା ରାଶି ୫ଲକ୍ଷ ଟଙ୍କା ପ୍ରଦାନ କରିବା ଓ ମୃତ ପରିବାରର ଜଣକୁ ଚାକିରୀ ଦେବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦେବା, ଗ୍ରୀଷ୍ମ ଅବକାଶକୁ ଲାଗୁ କରିବା,ଅଙ୍ଗନବାଡି ର୍କମୀଙ୍କୁ ପ୍ରି-ପ୍ରାଇମେରୀ ଶିକ୍ଷୟତ୍ରୀର ମାନ୍ୟତା ଦେବା ଓ ୫୦ପ୍ରତିଶତ ଅଙ୍ଗନବାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ୫୦ପ୍ରତିଶତ ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗନବାଡି କର୍ମଚାରୀଙ୍କୁ ସୁପରଭାଇଜର ପଦବୀରେ ପଦୋନ୍ନତି ପ୍ରଦାନ କରିବା ଭଳି ଦାବି ସରକାରଙ୍କ ଠାରେ ଉପସ୍ଥାପନା କରାଯାଇଛି । ତେବେ ଦୀର୍ଘ ଦିନର ଦାବି ସରକାର ନ ମାନିବା ଯାଏଁ ଆମେ ଧାରଣାରୁୂ ଓହରିବୁ ନାହିଁ ବୋଲି ରାୟଗଡା ଜିଲ୍ଳା ସଭାନେତ୍ରୀ ପ୍ରକାଶ କରିଛନ୍ତି ।