ଓଡ଼ିଆ ବାର୍ତ୍ତା/ କଟକ (ଶ୍ରୀକାନ୍ତ ବେଉରା): ସ୍ଥାନୀୟ ଗଡଗଡିଆ ମନ୍ଦିର ପ୍ରାଙ୍ଗଣରେ ମାନବିକ ଅଧିକାର କବି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲାରୁ କବିମାନେ ଉପସ୍ଥିତ ରହି ମାନବିକ ଅଧିକାର ସମ୍ପର୍କିତ କବିତା ପାଠ ଥିଲେ। କବିତା ଝଙ୍କାର ସାହିତ୍ୟ ସଂସଦର ରାଜ୍ଯ ସହ ସମ୍ପାଦକ ପଞ୍ଚାନନ ଜାଲଙ୍କୁ ଯୁଗ ସାହିତ୍ୟ ପରିଷଦ ପକ୍ଷରୁ ଯୁଗମିତ୍ର ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା। ମାନବିକ ଅଧିକାର, ଶ୍ରମିକ ଅଧିକାର, ଶିଶୁ ଅଧିକାର, ମହିଳାମାନଙ୍କ ଅଧିକାର ଏବଂ ଦିବ୍ୟାଙ୍ଗମାନଙ୍କ ଅଧିକାର ସମ୍ପର୍କିତ କବିତା ପାଠ ହୋଇଥିଲା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶିବାତ୍ମକ ପଣ୍ଡା, ଆୟୁଷ ବଢ଼େଇ, ଟୋନିସ ରୋହିଦାସ, ରେତ୍ୟୁସ କଂସରାଲି, ଡ.ନିତ୍ୟାନନ୍ଦ ଖମାରୀ ପ୍ରମୁଖ ସମ୍ମାନିତ ହୋଇଥିଲେ।