ରାଜସ୍ୱ ଗ୍ରାମର ମାନ୍ୟତା ପାଇଲା ନୂଆପଡା: ରାଜ୍ୟ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଲେ ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତର ନୂଆପଡ଼ା ଗ୍ରାମକୁ ମିଳିଲା ନୂତନ ରାଜସ୍ୱ ଗ୍ରାମର ମାନ୍ୟତା। ଏନେଇ ସୋମବାର କୋକସରା ତହସିଲଦାର ଦେବବ୍ରତ କରାଟି ନୂଆପଡା ଗ୍ରାମକୁ ଯାଇ ନୂତନ ରାଜସ୍ୱ ଗ୍ରାମ ସକାଶେ ଏକ ବୈଠକ କରି ଗ୍ରାମବାସୀଙ୍କୁ ସୂଚନା ଦେଇଛନ୍ତି। ଏହି ସମୟରେ କୋକସରା ରାଜସ୍ୱ ପର୍ଯ୍ୟବେକ୍ଷକ ଅଜୟରାଜ ସିର୍କା, ରାଜସ୍ୱ ନିରୀକ୍ଷକ ଝାନ୍ସିରାଣୀ ଦିଶାରୀ, ଓମିନ୍ ସୁନିଲ ପଟ୍ଟନାୟକ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ। ଗ୍ରାମବାସୀ ଦିର୍ଘ ଦିନରୁ ନୂଆପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତ ପାଇଁ ଦାବି ଜଣାଇ ଆସୁଥିଲେ। ତେବେ ରାଜ୍ୟ ସରକାର ନୂଆପଡ଼ାକୁ ନୂତନ ରାଜସ୍ୱ ଗ୍ରାମ ନିମନ୍ତେ ବିବେଚିତ କରିଥିବା ଖବର ଜାଣିବାପରେ ଗ୍ରାମବାସୀ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.