ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳ ଉର୍ଲାଦାନୀ ସିଆରପିଏଫ କ୍ୟାମ୍ପ ଠାରେ ଆଜି କମାନଡେଣ୍ଟ ପଙ୍କଜ ଚୌଧୁରୀଙ୍କ ନେତୃତ୍ୱରେ କମ୍ବଳ ବଣ୍ଟନ କରାଯାଇଥିଲା। ଅଞ୍ଚଳରେ ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡ଼ିଛି। ଅଞ୍ଚଳର ଶତାଧିକ ଆଦିବାସୀ ପୁରୁଷ ମହିଳା ଏତତଦ୍ବାରା ଉପକୃତ ହୋଇଛନ୍ତି। ଏହି ଅବସରରେ ସେମାନେ ପାରମ୍ପରିକ ଆଦିବାସୀ ନୃତ୍ୟ କୁଇ ଗୀତର ତାଳେ ତାଳେ ନାଚିଥିଲେ। ୬୪ ବାଟାଲିୟନର ଏଆଇସି ଜି ନବୀ, ମେକ୍ସ ଲାଇଟ ଇନ୍ସୁରାନ୍ସର ରାହୁଲ ଯାଦବ, ଅନୁରାଗ ପାଳ, ମୁକୁଲ କୁମାରଙ୍କ ସହ ସ୍ଥାନୀୟ ସରପଞ୍ଚ ସୁପ୍ରିୟା ମାଝୀ, ମ.ରାମପୁର ଥାନା ଆଇଆଇସି ସଚିନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।