ବିଜେପି ମହିଳା ମୋର୍ଚ୍ଚା କେନ୍ଦ୍ରୀୟ ଉପସଭାନେତ୍ରୀଙ୍କ ରେଣ୍ଡୋ ମାଝୀ ସହିଦ ପୀଠ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର କେନ୍ଦ୍ରୀୟ ଉପ ସଭାନେତ୍ରୀ ମମତା ସାହୁ ଏକ ଗସ୍ତରେ ଆସି ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝୀ ପୀଠରେ ପହଞ୍ଚିଥିଲେ। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଉର୍ଲାଦାନୀ ସ୍ଥିତ ସହୀଦ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସେଠାରେ ଆୟୋଜିତ ଏକ ମହିଳା ସମାବେଶକୁ ସମ୍ମୋଧିତ କରିଥିଲେ ଶ୍ରୀମତୀ ସାହୁ। ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୂପମା ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ମହିଳା ମୋର୍ଚ୍ଚାର ପଦାଧିକାରୀ ବୃନ୍ଦ ତଥା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା କୁମର ମାଣି ଶବର, ସାଂସଦ ପ୍ରତିନିଧି ଖୁସିରାମ ସାହୁ, ମଣ୍ଡଳ ସଭାପତି ସରୋଜ ବନଛୋର, ମ.ରାମପୁର ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ରଣା, ଯୁବ ମୋର୍ଚ୍ଚା ସଭାପତି ଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ପଦ୍ମଲୋଚନ ମିଶ୍ର, ସହିଦ ରେଣ୍ଡୋ ମାଝୀଙ୍କର ଜୀବନୀ ଏବଂ ଇତିହାସ ଉପରେ ଆଲୋକପାତ କରିଥିଲେ । ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.