ନର୍ଲା ବିଜେପିର ସତ୍ୟାଗ୍ରହ ଆନ୍ଦୋଳନ ଓ ଦସ୍ତଖତ ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେଡି ସରକାରର ୨୩ ବର୍ଷର ଶାସନରେ ସରକାରଙ୍କର ଅନେକ ମନ୍ତ୍ରୀ ଓ ବିଧାୟକ ତଥା ରାଜନୈତିକ ନେତାଙ୍କ ସଂମ୍ପୃକ୍ତିକୁ ନେଇ ରାଜନୀତିର ଅପରାଧିକରଣକୁ ବିରୋଧ କରି ସାରା ରାଜ୍ୟରେ ବିଜେପି ତରଫରୁ ସତ୍ୟାଗ୍ରହ ଆନ୍ଦୋଳନ ଓ ଦସ୍ତଖତ ସଂଗ୍ରହ ଅଭିଯାନ କରିଛି ବିଜେପି । ଏହି କ୍ରମରେ ନର୍ଲା ଥାନା ପାଶ୍ୱର୍ରେ ନର୍ଲା ବିଜେପି ତରଫରୁ ମଧ୍ୟ ଏହି ସତ୍ୟାଗ୍ରହ ଆନେ୍ଦାଳନ ଓ ଦସ୍ତଖତ ସଂଗ୍ରହ କରିଛି ନର୍ଲା ବିଜେପି । ସୋମବାର ଦିନ ୧୦ ଘଣ୍ଟା ସମୟରେ ନର୍ଲା ଥାନା ପାଶ୍ୱର୍ରେ ସତ୍ୟାଗ୍ରହ ଆନ୍ଦୋଳନରେ ବସିଥିଲେ ବିଜେପି କର୍ମୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ ନାଏକ, ଜିଲ୍ଲା ଉପସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ଯୁବ ମୋର୍ଚ୍ଚା ରାଷ୍ଠ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ, ଆଷୁତୋଷ ପାଢୀ, ଦୀପଜ୍ୟୋତି ମୁଣ୍ଡ ମହିଳା ସଭାନେତ୍ରୀ ପ୍ରଣତି ମହାନନ୍ଦ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନ୍ମୟ ଚାନ୍ଦ୍, ସରୋଜ ବୁଦ୍ଧିଆ, ମକୁନ୍ଦ ଭୋଇ, ଅଭୟ ନାଏକ, ଦିଗାମ୍ବର ପୁଝାରୀ ପ୍ରମୁଖ ସତ୍ୟାଗ୍ରହରେ ସକ୍ରୀୟ ଅଂଶ ଗ୍ରହଣ କରି ଦସ୍ତଖତ ସଂଗ୍ରହ ଅଭିଯାନ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.