ଡି କୋରଳ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ

ଓଡ଼ିଆ ବାର୍ତ୍ତା/ କାଶିପୁର (ଆଲାରାମ ଭତ୍ରା): ରାୟଗଡା ଜିଲ୍ଲା କାଶିପୁର ବ୍ଲକର ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ବଡଦିନ ପର୍ବ ପାଳିତ ହୋଇଯାଇଛି। ବଡଦିନ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଙ୍କ ପାଇଁ ଏକ ମହାନ ପର୍ବ ହୋଇଥିବାରୁ ଅଞ୍ଚଳରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିଲା। ବ୍ଲକର ଡି କୋରଳ, କମ୍ପର ଆଦି ସ୍ଥାନରେ ପ୍ରଭୁ ଯୀଶୁଙ୍କ ଜନ୍ମ ଦିନ ଖୁବ୍ ଆଡ଼ମ୍ବର ସହ ପାଳିତ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବଡ଼ ଦିନକୁ ନେଇ ଉତ୍ସବମୁଖର ପୂରା ବିଶ୍ବ। ଦେଶରେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି। ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି ଯୀଶୁ। ଏଥିପାଇଁ ସଜେଇ ହୋଇଥିଲା ସମସ୍ତ ଚର୍ଚ୍ଚ। ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ଚର୍ଚ୍ଚଗୁଡ଼ିକ। କେଉଁଠି ସାମୁହିକ ପ୍ରାର୍ଥନା ହେଉଛି ତ ଆଉ କେଉଁଠି ଚାଲିଥିଲା ନାଚ ଗୀତ। ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଜାକଜମକରେ ପାଳନ ହୋଇ ପାରୁନଥିଲା ବଡ଼ଦିନ। ସମସ୍ତେ କୋଭିଡ଼ ନିୟମ ପାଳନ କରି ପ୍ରାର୍ଥନା କରୁଥିଲେ। ହେଲେ ଚଳିତ ଥର କଟକଣା ଉଠିବା ପରେ ସମସ୍ତେ ବଡ଼ଦିନକୁ  ଉତ୍ସାହର ସହ ପାଳନ କରିଥିଲେ। ଚର୍ଚ୍ଚ ସାଜସଜ୍ଜା ସହ ଅନେକ ସ୍ଥାନରେ ଗୀତ ନାଚ କାର୍ଯ୍ୟକ୍ରମ ରଖାଯାଇ ମନୋରଞ୍ଜନ ସହ ଆରାଧନା ଜାରି ରହିଥିଲା।

Udyog Nursery
Udyogi Nursery

ଡି କୋରଳ ଚର୍ଚ୍ଚର ପାଳକ ଗୋକୁଳ ଓ ନାଗେଶଙ୍କ ସହ ଜୋସେଫ ଭତ୍ରା, ବିପ୍ର ନାଏକ, ସଲମନ ନାଏକ, ବିପିନ୍ ଭତ୍ରା, କର୍ଣ୍ଣ, ଆଲାରାମ ଭତ୍ରାଙ୍କ ସହ ଗ୍ରାମର ମହିଳା ସମାଜ, ଯୁବା ଯୁବତୀ ଉପସ୍ଥିତ ଥିଲେ। କେକ୍ କାଟିବା ସହ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳିତ ହୋଇଥିଲା। ସମସ୍ତ ଯୁବାଯୁବତି ବାଇବଲର ମୁଖସ୍ଥ ବାକ୍ୟ ସହ ଗୀତ ନାଚ କରି ମନଭରି ଉପଭୋଗ କରି ଯୀଶୁଙ୍କ ଉପାସନାକୁ ଆଗେଇ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.