ନର୍ଲାରେ ବ୍ଲକ୍ ସ୍ତରୀୟ ଭଲିବଲ ମ୍ୟାଚ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ୱ ପୁରୁଷ ହକି ଆସନ୍ତା ନୂାଆ ବର୍ଷ ଜାନୁୟାରୀ ୧୩ ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ସାରା ରାଜ୍ୟରେ ଦେଖା ଦେଇଛି କ୍ରୀଡା ମନୋଭାବ । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଏ ନେଇ ସଚେତନ କରିବା ନିମନ୍ତେ ରାଜ୍ୟର ସମସ୍ୟ ବ୍ଲକ ରେ ଆୟୋଜିତ ହୋଇଛି ବ୍ଲକ୍ ସ୍ତରୀୟ ଭଲିବଲ ଓ ଫୁଟବଲ ମ୍ୟାଚ୍ । ଏହିକ୍ରମରେ ସୋମବାର ନର୍ଲା ହାଇସ୍କୁଲ ପଡିଆରେ ନର୍ଲା ବ୍ଲକ ର ୨୩ ଗୋଟି ଗ୍ରାମ ପଞ୍ଚାୟତର ୨୩ ଗୋଟି ଭଲିବଲ ଟିମ୍ ଆସି ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଛନ୍ତି । ଏହି ୨୩ ଗୋଟି ଭଲିବଲ ଟିମ ମଧ୍ୟରୁ ବ୍ଲକ୍ ସ୍ତରୀୟ ଏକ ଭଲିବଲ ଟିମ ଚୟନ କରାଯାଇ ଜିଲ୍ଲା ସ୍ତରରେ ଅନୁଷ୍ଠିତ ପ୍ରତିଯୋଗୀତାର ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି । ସୋମବାର ସକାଳ ୮ ଘଣ୍ଟା ସମୟରେ ଏହି ଏକ ଦିବସୀୟ ବ୍ଲକ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ଉଦ୍ଘାଟନ କରିଥିବା ବେଳେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତୀ ଖେଳାଳୀ ମାନଙ୍କୁ ଉଦ୍ୱୋଧନ ଦେଇ ଉସôାହିତ କରିଥିଲେ । ନର୍ଲା ବ୍ଲକ୍ ସେକ୍ସନ ଅଫିସର ଦିଗ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନର୍ଲା ବ୍ଲକ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୩ ଗୋଟି ଗ୍ରାମ ପଞ୍ଚାୟତ ଏଥିରେ ଯୋଗଦେଇ ନଥିବା ବେଳେ ୨୩ ଗୋଟି ଭଲିବଲ ଟିମ୍ କୁ ନେଇ ଏକାଥରେ ଦୁଇଗୋଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ନର୍ଲା ବ୍ଲକ୍ ଅଞ୍ଚଳର ହାଇସ୍କୁଲ ଓ ୟୁପି ସ୍କୁଲ ର କ୍ରୀଡା ଶିକ୍ଷକ ମାନଙ୍କ ମଧ୍ୟରେ ନାରାୟଣ ପଧାନ, ମଳୟ ବିଶ୍ୱାଳ, ଉମାକାନ୍ତ ଭୋଇ, ସୁଧିର ରାଉତ, ଶରତ ନାଏକ, ସନ୍ତୋଷାନନ୍ଦ ନାଏକ, ଦୀପନ ବିଶ୍ୱାଳ, ସରୋଜ ପଧାନ, ଧୃବ ନାଗ, ନାରାୟଣ ପଧାନ ପ୍ରମୁଖ ସମସ୍ତ ମ୍ୟାଚ୍ ପରିଚାଳନା କରିଥିଲେ । ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ ର କର୍ମଚାରୀ ଚକ୍ରଧର ସା ଓ ମାଣ୍ଡେଲ ର ମନୋଜ ଭୋଇ ମ୍ୟାଚ୍ ଗୁଡିକର ଧାରାବିବରଣୀ ପ୍ରଦାନ କରିଥିଲେ । ଆସନ୍ତା କାଲି ମଙ୍ଗଳବାର ବ୍ଲକ ସ୍ତରୀୟ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ନର୍ଲା ବ୍ଲକ ଫୁଟବଲ ଓ ଭଲିବଲ ଟିମ୍ କଳାହାଣ୍ଡି ଉତ୍ସବ “ଘୁମୁରା” ଜାନୁୟାରୀ ୧୪ ପୂର୍ବରୁ ଭବାନୀପାଟଣା ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.