କାଉଡୋଲା ହାଇସ୍କୁଲ ୨୦୦୬ ବ୍ୟାଚର ବନ୍ଧୁ ମିଳନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଠାରେ ବୁଧବାର କୋକସରା ବ୍ଲକ କାଉଡୋଲା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୨୦୦୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି। ମୁରଲୀ ନାଏକ, କ୍ଷେତ୍ର ମୋହନ ମାଝୀ, ଜଗନ୍ନାଥ ପୁଝାରୀ ଓ ଅହିବରଣ ମେହେରଙ୍କ ଉଦ୍ୟମରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦିର୍ଘ ବର୍ଷର ବ୍ୟବଧାନ ପରେ ଉକ୍ତ ବ୍ୟାଚର ଛାତ୍ରଛାତ୍ରୀ ମାନେ ଏକାଠି ହୋଇଥିବା ବେଳେ ପାଠପଢା ସମୟର ସେହି ପୁରୁଣା ସ୍ମୃତିକୁ ମନେ ପକେଇ ଥିଲେ। ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୨୦୦୬ ମସିହାରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ଚାକିରୀ କରି ନିଜର ସ୍ବତନ୍ତ୍ର ନାଁ କରି ସାରିଛନ୍ତି। କାର୍ଯ୍ୟକ୍ରମରେ ବିଶ୍ଵ ରଞ୍ଜନ ସାହୁ, ସୁବାଷ ସାହୁ, ସମରେନ୍ଦ୍ର ଦାସ, ଗୋପାଳ ରଣା, ଯୋଗୀନ୍ଦ୍ର ଧ.ମାଝୀ, ନବ କିଶୋର ଭରତୀଆ, ବିଜୟ ମାଝୀ, ବ୍ରହ୍ମାନନ୍ଦ ସତନାମୀ, କୃତ୍ତିବାସ ସତନାମୀ, ସୁଜିତ ବାରିକ, ହେମାନନ୍ଦ ରାଉତ ପବିତ୍ର ନାଏକ, ଚତୁର୍ଭୁଜ ସାହୁ, ବସନ୍ତ ସତନାମୀ ପ୍ରମୁଖ ଯୋଗଦେଇ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.