ମେସି ସାଇନ କରିଥିବା ଜର୍ସି ପିନ୍ଧିଲେ ଧୋନୀଙ୍କ ଝିଅ ଜୀଭା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜୀଭା ଫୁଟବଲର ମହାନ ଖେଳାଳି ଆର୍ଜେଂଟିନାର ଲିଓନେଲ ମେସିଙ୍କ ବଡ ପ୍ରଶଂସକ । ଆର୍ଜେଂଟିନା ବିଶ୍ୱକପ ଜିତିବା ପରେ ମେସିଙ୍କ ସାଇନ ଥିବା ଜର୍ସି ପିନ୍ଧି ଫଟୋ ଉଠାଇଛନ୍ତି ଜୀଭା ଧୋନୀ । ଇନଷ୍ଟାଗ୍ରାମରେ ଧୋନୀ ଏହି ଫଟୋ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ଧୋନୀଙ୍କ ପତ୍ନୀ ସାକ୍ଷୀ ଏ ନେଇ କଂମେଟ ଦେଇଛନ୍ତି ଜୈସା ପିତା ୱେସି ବେଟୀ । ତେବେ ମେସିଙ୍କ ତାଙ୍କୁ ଏହି ଜର୍ସି ପଠାଇଛନ୍ତି ନାଁ ସାକ୍ଷାତ ଅବସରରେ ଦେଇଥିଲେ ତାହା ସ୍ପଷ୍ଟ କରି ନାହାନ୍ତି । ଧୋନୀ ଫୁଟବଲର ଜବରଦସ୍ତ ପ୍ରଶଂସକ । ସେ ଫୁଟବଲ ଖେଳିବାକୁ ଓ ଦେଖିବାକୁ ଭଲ ପାଇଥାନ୍ତି । ସ୍କୁଲ ଟିମରେ ସେ ଗୋଲକିପର ଥିଲେ ।କ୍ରିକେଟ ଷ୍ଟାର ହେବା ପରେ ଯେଉଁଠାରେ ବି ତାଙ୍କୁ ଫୁଟବଲ ଖେଳିବାକୁ ସୁଯୋଗ ମିଳିଛି ସେ ଖେଳିଛନ୍ତି । ଜୀଭା ମଧ୍ୟ ଧୋନୀଙ୍କ ପରି ଫୁଟବଲକୁ ବେଶ ପସନ୍ଦ କରୁଛନ୍ତି । ସୂଚନାଯୋଗ୍ୟ, ମେସିଙ୍କୁ ଏଥର ଦ୍ୱିତୀୟ ଥର ପାଇଁ ଗୋଲ୍ଡେନ ବଲର ପୁରସ୍କାର ମିଳିଛି । ସେ ବିଶ୍ୱକପରେ ସମୁଦାୟ ୨୬ ମ୍ୟାଚ ଖେଳି ୧୬ ଗୋଲ ସ୍କୋର କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.