ଯୁବ ଆଇନଜୀବୀଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁର ଯୁବ ଆଇନଜୀବୀ ତଥା କୋକସରା ବାର ଆସୋସିଏସନର ସମ୍ପାଦକ ଗଗନ ବିହାରୀ ମହାନନ୍ଦଙ୍କ ବୁଧବାର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା। କିଛି ମାସ ହେଲା ସେ ଅସୁସ୍ଥ ରହି ମେଡିକାଲରୁ ଆସି ଶ୍ବଶୁର ଘରେ ରହିଥିଲେ। ସେ ଜଣେ ଜଣାଶୁଣା ଆଇନଜୀବୀ ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗରେ କୋକସରା ଅଞ୍ଚଳବାସୀ ତଥା ଆଇନଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ, ଦୁଇ ପୁଅ ଓ ସମ୍ପର୍କୀୟମାନେ ଉପସ୍ଥିତ ରହିଥିଲେ। ତାଙ୍କ ଶେଷକୃତ୍ୟ ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିବାବେଳେ ମଝିଆ ଭାଇ ତପନ କେଶରୀ ମହାନନ୍ଦ, ବଡ଼ ପୁଅ ଶେଖର ମହାନନ୍ଦ ଓ ସାନ ପୁଅ ଶୁଭମ ମହାନନ୍ଦ ମୁଖାଗ୍ନି ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.