କର୍ଲାପଡା ଠାରେ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ କର୍ଲାପଡାଠାରେ  ୨ୟ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ଉଦ୍ଘାଟନୀସମାରୋହରେ ମୁଖ୍ୟ ଅତିଥି ଭାବେ କର୍ଲାପଡ଼ା ସରପଞ୍ଚ ସୁଷମା ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜକ କମିଟି, ସମସ୍ତ ଖେଳାଳି ଓ ଖେଳପ୍ରେମୀମାନଙ୍କୁ ଉତ୍ସାହିତ କରିଥିଲେ। ଭବାନୀପାଟଣା ଓ କେସିଙ୍ଗା ବ୍ଲକର ମୋଟ୍ ୧୬ଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। କର୍ଲାପଡ଼ାର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ନବ ୟୁଗା ସିଡ୍ସ୍ ର ମାର୍କେଟିଙ୍ଗ ଅଫିସର ଅଶ୍ଵିନୀ କୁମାର ପ୍ରଧାନ ଓ ସିପୁନ, ସୁନୀଲ, ଶିବୁ, କିଶୋର, ଅରୂପ, ସ୍ବରୂପ, ଚେତକ, ବାପୁନ୍, ଗଣା, ବିଶ୍ବଜିତ, ନିକେଶ, ରାହୁଲ, ବୁଲୁ, ଅବିନାଶଙ୍କ ତତ୍ତ୍ଵାବଧାନରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.