କଳାହାଣ୍ଡି ଯୁବ ଲେଖକ ସମାବେଶର ନୂତନ କର୍ମକର୍ତ୍ତା ଚୟନ: ଯାଦବେନ୍ଦ୍ର ସାହା ସଭାପତି, ଡିଲେଶ୍ବର ରଣା ସାଧାରଣ ସମ୍ପାଦକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଠାରେ ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କଳାହାଣ୍ଡି ଯୁବ ଲେଖକ ସମାବେଶର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାବେଶର ଉପସଭାପତି ଜୟଦ୍ରଥ ସୁନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସଭାପତି ଭାବେ ଯାଦବେନ୍ଦ୍ର ସାହା, ସାଧାରଣ ସମ୍ପାଦକ ଡିଲେଶ୍ୱର ରଣା, ଉପସଭାପତି ମଳୟ କରୁଆଁ ଓ ଅର୍ଜୁନ ଗୋପାଳ, ଯୁଗ୍ମ ସମ୍ପାଦକ ଲିପ୍ସାମୟୀ ଦୁବେ ଓ କର୍ଣ୍ଣ ଗହୀର, କୋଷାଧ୍ୟକ୍ଷ ନଳିନୀକାନ୍ତ ଦାଶ, କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ଦାଶ, ସଂଜୀବ କୁମାର ପଣ୍ଡା, ପୂଣ୍ୟଦୀପା ଖମାରୀ, ରମାକାନ୍ତ ସିଂ ସାହାଣୀ, ଦକ୍ଷ ସାହୁ, ଡିଙ୍ଗର ନାଏକ, ତିଳୋତ୍ତମା ନାଗ ପ୍ରମୁଖ ଚୟନିତ ହୋଇଥିଲେ। ଉପଦେଷ୍ଟା ଭାବେ ବିଶ୍ୱ ରଞ୍ଜନ ପଣ୍ଡା, ଯତୀନ ପ୍ରଧାନ, ସୁଧୀର କୁମାର ଧଙ୍ଗଡାମାଝୀ, ଜୟଦ୍ରଥ ସୁନା, ସୁଶୀଲ କୁମାର ବାଗ ମନୋନୀତ ହୋଇଥିଲେ। ଧନ୍ୟବାଦ ଦେଇଥିଲେ ଗାଳ୍ପିକ ସୁଧୀର କୁମାର ଧଙ୍ଗଡାମାଝୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.