ନୂତନ ବର୍ଷ-୨୦୨୩କୁ ବିଶ୍ବରେ ପ୍ରଥମେ ସ୍ବାଗତ କଲେ ନ୍ୟୁଜିଲାଣ୍ଡବାସୀ

ସାରା ବିଶ୍ୱରେ ନ୍ୟୁଜିଲ୍ୟାଣ୍ଡ ନୂତନ ବର୍ଷ ୨୦୨୩କୁ ପ୍ରଥମେ ସ୍ୱାଗତ କରିଛି। ସେଠାରେ ଲୋକେ ଧୂମଧାମରେ ନୂଆ ବର୍ଷ ପାଳନ କରିବା ଆରମ୍ଭ କରିଛନ୍ତି। ଅକଲ୍ୟାଣ୍ଡରେ ଲୋକେ ଆତସବାଜୀ ସହ ୨୦୨୨କୁ ବିଦାୟ ଦେଇଥିବା ବେଳେ ୨୦୨୩କୁ ସ୍ୱାଗତ କରିଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ନୂଆ ବର୍ଷର ଆରମ୍ଭ ସର୍ବ ପ୍ରଥମେ ହୋଇଛି। ଏହି ଅବସରରେ ଅକଲ୍ୟାଣ୍ଡର ପ୍ରଶିଦ୍ଧ ସ୍କାଏ ଟାୱାରକୁ ଝଲମଲ ଆଲୋକମାଳାରେ ସଜ୍ଜିତ କରାଯିବା ସହ ଠିକ୍ ମଧ୍ୟରାତ୍ରରେ ଆତସବାଜୀ କରାଯାଇଛି। ସୂଚନାଯୋଗ୍ୟ ଯେ, ଭାରତରେ ଯେତେବେଳେ ଅପରାହ୍ନ ସାଢେ ୪ଟା ହୋଇଥାଏ ଅକଲ୍ୟାଣ୍ଡରେ ମଧ୍ୟରାତ୍ର ହୋଇଥାଏ। ଏଣୁ ସେଠାରେ ମଧ୍ୟରାତ୍ରରେ ପ୍ରଥମେ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.