କଳାହାଣ୍ଡି ଉତ୍ସବ ଅବସରରେ ନୌଚାଳନା ଏବଂ ତୀର ଚାଳନା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୩ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇନ୍ଦ୍ରାବତୀ ଜଳଭଣ୍ଡାର କେନ୍ଦୁଗୁଡା ଠାରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ନୌଚାଳନା ଏବଂ ତୀର ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜଳଭଣ୍ଡାରରେ ନୌକା ଚାଳନା ପ୍ରତିଯୋଗିତା ହୋଇଥିବା ବେଳେ ନିକଟରେ ତୀର ଚାଳନା ପ୍ରତିଯୋଗିତା ହୋଇଥିଲା। ମହୁଲପାଟଣା ପଞ୍ଚାୟତ ଅଧିନ କେନ୍ଦୁଗୁଡା ଠାରେ ଆୟୋଜିତ ଏହି ମହୋତ୍ସବରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ବହୁ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ। କଳାହାଣ୍ଡି ଉତ୍ସବ ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu


ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର ଦ୍ବାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଥିଲେ। ତୀର ଚାଳନା ପ୍ରତିଯୋଗିତାରେ ମୋଟ ୭୦ ଜଣ ପ୍ରତିଯୋଗି ରହିଥିବା ବେଳେ ନୌକା ଚାଳନା ପ୍ରତିଯୋଗିତାରେ ୧୧ ନୌକା ଭାଗ ନେଇଥିଲା। ପ୍ରତ୍ୟେକ ନୌକା ପାଇଁ ଦୁଇଜଣ ଲେଖାଏଁ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ। ନୌକା ଚାଳନାରେ ଫୁକିଯାଲ ଗ୍ରାମର ଚନ୍ଦ୍ର ମାଝୀ ଓ ଦିବନ୍ ମାଝୀ ପ୍ରଥମ, କମଲାଗୁଡ଼ା ଗ୍ରାମର କାଳିଆ ମାଝୀ ଓ ସଦା ମାଝୀ ଦ୍ଵିତୀୟ, ସାନ ଛତରଙ୍ଗ ଗ୍ରାମର ଫଗୁଣ ମାଝୀ ଓ ଇନ୍ଦ୍ର ମାଝୀ ତୃତୀୟ ଏବଂ ସେଭଳି ତୀର ଚାଳନାରେ ଶିକାତୁଜିର ଶୁଭ ଜାନି ପ୍ରଥମ, ପାଡେପଦର୍ ର ଜୁଲୁ ମାଝୀ ଦ୍ଵିତୀୟ ଏବଂ ଉପରଚବ୍ରିର ଟୁକୁ ମାଝୀ ତୃତୀୟ ହୋଇ ପୁରସ୍କାର ଗ୍ରହଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବିରଞ୍ଚି ନାରାୟଣ ଦରଓ୍ବାନ, ଥୁଆମୂଳ ରାମପୁର ବିଡିଓ ଶୁଭକାନ୍ତ ନାଏକ, ତହସିଲଦାର ଇଶ୍ଵର ଚନ୍ଦ୍ର ଦାସ, ଡିଡବ୍ଲୁଓ ବଳବନ୍ତ ରାୟ, ଡିସିଓ ଅର୍ପିତା ବେହେରା, ଡିଆଇପିଆରଓ ମନୋଜ ବେହେରା, ନୌକା ଚାଳନା ଓ ତୀର ଚାଳନା କମିଟି ଅଧ୍ୟକ୍ଷ ପଦ୍ମ କେଶରୀ ପୂଜାରୀ, କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞପ୍ତି କମିଟି ଅଧ୍ୟକ୍ଷ ଶାନ୍ତନୁ ବେହେରା, ମଶାଲ ଯାତ୍ରା କମିଟି ଅଧ୍ୟକ୍ଷ ଭବାନୀ ନିଆଲ, ଜିଲ୍ଲା ମତ୍ସ ଅଧିକାରୀ ବସନ୍ତ ନାୟକ, ଏମଏମପିଏସ ଯୁକ୍ତ ଦୁଇ ବିଦ୍ୟାଳୟ ଥୁଆମୂଳ ରାମପୁର ଅଧ୍ୟକ୍ଷ ସତ୍ୟ ନାରାୟନ ମୁଣ୍ଡଛିନା, ବିଇଓ ଲୋକନାଥ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ସେଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାମ ବିକାଶ ଶିକ୍ଷା ନିକେତନ କୁମୁଡ଼ା ବାହାଲ, ଗୋପାଳପୁର ହାଇସ୍କୁଲ, ଏମ୍.ଏମ୍.ପି.ଏସ୍. ଯୁକ୍ତ ଦୁଇ ବିଦ୍ୟାଳୟ ଥୁଆମୂଳ ରାମପୁର, ବିସମଗିରି ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ଏବଂ ଢେମସା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।

Udyog Nursery
Udyogi Nursery


ଏହି ପ୍ରତିଯୋଗିତାକୁ ସୁନିଲ ବେହେରା, ଭୀମସେନ ସାହୁ, ଭାରତ ଭୁଷଣ ଚଲାନ୍, ଭାରତ ଭୁଷଣ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ସଭାରେ କେନ୍ଦୁଗୁଡା, ସାନଛତରଙ୍ଗ ସମେତ ଆଖ ପାଖ ପଞ୍ଚାୟତର ବହୁ ଜନ ସାଧାରଣ, ଥୁଆମୂଳ ରାମପୁର ଯୁକ୍ତ ଦୁଇ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଗଣ ମାଧ୍ୟମ ପ୍ରତିନିଧି, ବିଭିନ୍ନ କମିଟିର କର୍ମକର୍ତ୍ତା, ଆଇ.ଟି.ଡି.ଏ କାର୍ଯ୍ୟାଳୟର କର୍ମଚାରୀ, ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଉପସ୍ଥିତ ଥିଲେ । ଏଥିରେ ଥୁଆମୂଳ ରାମପୁର ମେଡିକାଲ ଟିମ୍ ଦ୍ବାରା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.