ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ଲଥାଙ୍ଗ ସତସଙ୍ଗ କେନ୍ଦ୍ରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀ ମନ୍ଦିର ପାଇଁ ଶୁକ୍ରବାର ଅପରାହ୍ନରେ ଶୁଭ ଭୂମିପୂଜା ଓ ଶିଳାନ୍ୟାସ ସତସଙ୍ଗର ପ୍ରଶାସକ ଡ଼. ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏଥିସହ କେନ୍ଦ୍ରର ବାର୍ଷିକ ଉତ୍ସବ ଦିବସବ୍ୟାପୀ ପାଳିତ ହୋଇଥିଲା । ରିତ୍ଵିକ ହୃଷୀକେଶ ଆଚାର୍ଯ୍ୟ, ନିରୋଦ ଆଚାର୍ଯ୍ୟ, ଦୀପକ ରଂଜନ ରାଜଗୁରୁ, ଶରତ ଶତପଥୀ, ରାଜକିଶୋର ରାଜଗୁରୁ, ପ୍ରଦୀପ୍ତ ଶତପଥୀ, ଅମିୟ ପାଳ, ମହେଶ୍ୱର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।