ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ବନ୍ଧୁମିଳନ ସମାରୋହ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘ ଦ୍ୱାରା ଜୟଦେବ ବାଟିକା ଠାରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ପ୍ରାୟ ୩୦ଗୋଟି ନିଗମ ଓ ବିଭିନ୍ନ ସମବାୟ ସଂସ୍ଥାର କର୍ମଚାରୀ ନେତୃତ୍ୱମାନେ ଏଥିରେ ଯୋଗଦେଇଥିଲେ। ବିଶିଷ୍ଠ କର୍ମଚାରୀ ନେତା ନଳିନୀ ରଂଜନ ପତି ଉପସ୍ଥିତ ନେତୃତ୍ୱ ମାନଙ୍କୁ ଉଦବୋଧନ ଦେଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣ ନୀତି ତଥା କର୍ମଚାରୀ ମାନଙ୍କ ମୌଳିକ ଅଧିକାରକୁ ଅଣଦେଖାକୁ ନିନ୍ଦାକରିବା ସହିତ ଏକତାବଦ୍ଧ ଭାବେ ଲଢେଇପାଇଁ ଆହ୍ୱାନ କରିଥିଲେ। ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ତାଙ୍କ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷପାତ ନୀତିକୁ ତୀବ୍ର ନିନ୍ଦା କରିଥିଲେ। ବିଭିନ୍ନ ଶିଳ୍ପପତି ମାନଙ୍କୁ ଅନାବଶ୍ୟକ ରିହାତି ଯୋଗାଇଦେଉଥିବା ବେଳେ ଦେଶଗଠନରେ ସମଭାଗିଦାରୀ ବିଭିନ୍ନ ନିଗମ ଓ କଳକାରଖାନାରେ କାମକରି ଅବସର ପରେ କର୍ମଚାରୀଙ୍କ ପେନସନ ବୃଦ୍ଧି ଦାବିକୁ କ୍ରମାଗତ ଟାଳି ଚାଲିଛନ୍ତି। ଏପରିକି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପେନସନ ବୃଦ୍ଧି ଆଦେଶକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କାର୍ଯ୍ୟଧାରାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏହିପ୍ରରିପେକ୍ଷୀରେ ନିଗମରେ କାର୍ଯ୍ୟରତ ତଥା ଅବସରପ୍ରାପ୍ତ କର୍ମଚାରୀମାନେ ଏକତ୍ରିତ ହୋଇ ଏ ଲଢେଇକୁ ଆଗେଇ ନେବାକୁ ଅନୁରୋଧ କରିଥିଲେ। ଦୁଇ ଲକ୍ଷ ଇପିଏଫ ପେନସନ ଭୋଗୀଙ୍କୁ ସାମାଜିକ ସୁରକ୍ଷାରୁ ବଂଚିତ କରୁଥିବା ଓ କ୍ରମାଗତ ଅବହେଳା କରୁଥିବା କେନ୍ଦ୍ରସରକାରଙ୍କ ବିରୋଧରେ ଜନଆନ୍ଦୋଳନ ପାଇଁ ଆହ୍ୱାନ କରିଥିଲେ। ଓଡିଶା ରାଜ୍ୟ ନିଗମ କର୍ମଚାରୀ ମହାସଂଘର ସଭାପତି ସତ୍ୟ ରଞ୍ଜନ ପଟନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମହାସଚିବ ସରୋଜ କାନ୍ତ ମଲ୍ଲିକ ପ୍ରାରମ୍ଭିକ ସୂଚନା ସହ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପଦେଷ୍ଟା ମୁକ୍ତିକାନ୍ତ ମହାପାତ୍ର, ନଟବର ଆଚାର୍ଯ୍ୟ ଓ ପ୍ରଫୁଲ୍ଲ କୁମାର ଦାସ ଉପସ୍ଥିତ ଥିଲେ। ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ସଭାପତି ଇଂ ବିଜୟ କୁମାର ଜେନାଙ୍କ ସମେତ କର୍ମଚାରୀ ସଂଗ୍ରାମ ସମିତି ନେତୃତ୍ୱ ଉପେନ୍ଦ୍ର ପତି, ପ୍ରଭାତ ଦେବତା, ଦୀନବନ୍ଧୁ ମହାପାତ୍ର ଓ ତ୍ରିଲୋଚନ ଗୁରୁ ଓ ବିଭାଗୀୟ ମୁଖ୍ୟ ନେତା ମିହିର ଜେନା, ପ୍ରଭାତ ମହାନ୍ତି, ପ୍ରଶାନ୍ତ ପଟନାୟକ ଓ ଅଶୋକ ଦାସ ପ୍ରମୁଖ ଯୋଗଦେଇଥିଲେ। ସଚ୍ଚିଦାନନ୍ଦ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.