ଅବ୍ୟବସ୍ଥା ଘେରରେ କର୍ଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ !

• କର୍ଲାମୁଣ୍ଡା ମିଡିଆ କ୍ଲବ ସାମ୍ବାଦିକଙ୍କୁ ଅଣଦେଖା

• ବିଭିନ୍ନ ମହଲରେ ଅସନ୍ତୋଷ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ କର୍ଲାମୁଣ୍ଡା ସାଧାରଣ ପେରେଡ ପଡିଆ ଠାରେ ଅବ୍ୟବସ୍ଥା ଘେରରେ ପାଳିତ ହୋଇଯାଇଛି। ଉତ୍ସବ ପାଳନ ଉଦଘାଟନ ହେବା ପୂର୍ବରୁ ମଙ୍ଗଳବାର ସକାଳୁ କର୍ଲାମୁଣ୍ଡା ବସ୍ତି ଜଗନ୍ନାଥ ମନ୍ଦୀରରୁ ମଶାଲ ବାହାରିଥିଲା ଓ ସାଧାରଣପଡିଆକୁ ପହଞ୍ଚିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ତାହାକୁ ସ୍ବାଗତ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ଉତ୍ସବ ପଡିଆର ମଞ୍ଚକୁ ନିଆଯାଇଥିଲା । ମଶାଲ ଶୋଭାଯାତ୍ରାରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନୀ ସାହୁ, ବିଡ଼ିଓ ସୁଶ୍ରୀ ସୁଚରିତା ମୁଗ୍ରୀଙ୍କ ସମେତ କର୍ଲାମୁଣ୍ଡା କ ଯୋନ ଜିଲ୍ଲାପରିଷଦ ସଭ୍ୟ ମହେନ୍ଦ୍ର ରଣା, ଖ ଯୋନ ଜିଲ୍ଲାପରିଷଦ ସଭ୍ୟ ସୁରେସ ଚୌଧୁରୀ, କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ଓଡ଼ିଶା ଜୀବିକା ମିଶନର ସିଆରପି ପ୍ରମୁଖ ସାମିଲ ହୋଇଥିଲେ । ପରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ର ଉଦଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଦୁଇ ଗୋଟି ଜୋନର ଜିଲ୍ଲା ପରିଷଦ ସଭ୍ୟ, ବିଡ଼ିଓ, ବିଇଓ, ସିଡିପିଓ ପ୍ରମୁଖ ମଞ୍ଚାସୀନ ରହିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ଓ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲା । ଅପରପକ୍ଷରେ ଉତ୍ସବର ଉଦଯାପନୀ ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ସମୟରେ ରଖାଯାଇଥିଲେ ମଧ୍ୟ ସାଢେ଼ ୭ ହେବା ପର୍ଯ୍ୟନ୍ତ ଉଦଯାପନୀ ସଭା ଆରମ୍ଭ ହୋଇପାରି ନଥିଲା । ଉଦଯାପନୀ ସଭା କାର୍ଯ୍ୟକ୍ରମ ବିଳମ୍ବ ହେବା ଫଳରେ ବ୍ଲକର ଦୂରଦୁରାନ୍ତରୁ ଆସିଥିବା ବିଭିନ୍ନ ପଞ୍ଚାୟତ ଲୋକେ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟକ୍ରମ ଦେଖିନପାରି ଫେରିଯାଇଥିଲେ । ଉଦଯାପନୀ ସନ୍ଧ୍ୟାର ସାରସ୍ଵତ ସମାରୋହ ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗଦାନ କରି ଜିଲ୍ଲାର ଲୋକ ସଂସ୍କୃତି, ପରମ୍ପରା ଉପରେ ମତପୋଷଣ କରି କଳାହାଣ୍ଡି ଉତ୍ସବ ଘୁମୁରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ ।‌ ବ୍ଲକ ଅଧ୍ୟକ୍ଷ୍ୟା କୁନୀ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହଳଧର ନାଗ, ସମ୍ମାନିତ ଅତିଥି ଭାବେ ବିଧାୟକ ଭୁପିନ୍ଦର ସିଂ, ତହସିଲଦାର ମିଲନ କୁମାର ଝାଙ୍କର,କର୍ଲାମୁଣ୍ଡା ଖ ଯୋନ ଜିଲ୍ଲାପରିଷଦ ସଭ୍ୟ ସୁରେସ ଚୌଧୁରୀ, କ ଯୋନ ଜିଲ୍ଲାପରିଷଦ ସଭ୍ୟ ମହେନ୍ଦ୍ର ରଣା ବ୍ଲକ ଉପାଧ୍ୟକ୍ଷା ସୁରେନ୍ଦ୍ର ଭୋଇ, ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ, ସିଡିପିଓ ଗିରିଜା ଗୁଡଲା, ବିଡ଼ିଓ ସୁଶ୍ରୀ ସୁଚରିତା ମୁଗ୍ରୀ ମଞ୍ଚାସୀନ ରହିଥିଲେ । ନରୋତ୍ତମ ସେଲମା ସଭା ସଂଚାଳନ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣକରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରକାଶ ଯେ, କର୍ଲାମୁଣ୍ଡାବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ଦେଖାଦେଇଥିଲା । ଉତ୍ସବର ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲାର ଲୋକ ସଂସ୍କୃତି, ଲୋକ ନୃତ୍ୟ ଓ ପରମ୍ପରାକୁ ଉଜ୍ଜିବିତ କରିବାର ଉଦ୍ଦେଶ୍ୟ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା ପାଳନ। ହେଲେ ତାହାକୁ ଗୁରୁତ୍ବ ନଦେଇ କେବଳ ବାହାରର ସାଂସ୍କୃତିକ ଦଳକୁ ନିମନ୍ତ୍ରଣ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ବିଷୟକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଉତ୍ସବ ପାଳନ କରିବା ପାଇଁ ପୂର୍ବରୁ ବିଭିନ୍ନ ସବ୍ କମିଟି ଗଠନ କରାଯାଇଥିଲା ସତ ହେଲେ ସବ୍ କମିଟିର ସଦସ୍ୟମାନଙ୍କୁ ଅଣଦେଖା କରାଯାଇ କାର୍ଯ୍ୟକ୍ରମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସେହିପରି ଉତ୍ସବର କାର୍ଯ୍ୟକ୍ରମ ସମ୍ପର୍କରେ ଖବର ପ୍ରକାଶ କରିବା ପାଇଁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଚେଷ୍ଟା କରିଥିଲେ ମଧ୍ୟ ଆୟୋଜକଙ୍କ ପକ୍ଷରୁ ସଂପୂର୍ଣ୍ଣ ତଥ୍ୟ ଦେବାରେ ଅବହେଳା କରାଯାଇଥିଲା । ଷ୍ଟେଜ କାର୍ଯ୍ୟକ୍ରମର ସମ୍ପୂର୍ଣ ଦାୟିତ୍ଵ ନିର୍ଦ୍ଦିଷ୍ଟ ଦୁଇ ଜଣ ସାମ୍ବାଦିକ ଏବଂ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କ ହାତରେ ରହିଥିଲା । ଷ୍ଟେଜ କମିଟିରେ ଦୁଇ ଜଣ ସାମ୍ବାଦିକ ସଦସ୍ୟ ରହିଥିବା ବେଳେ ଷ୍ଟେଜ କାର୍ଯ୍ୟକ୍ରମ ସମ୍ପର୍କରେ କମିଟିର ଜନୈକ ସାମ୍ବାଦିକଙ୍କୁ ପଚାରିଥିଲେ ମଧ୍ୟ ସେ ଆମେ କିଛି କହିପାରିବୁ ନାହିଁ ବୋଲି କହି କୈ।ଣସି ସୂଚନା ଦେଇପାରିନଥିଲେ । ତେବେ ଏସଂପର୍କରେ ପଚାରିବୁଝିବା ପାଇଁ ଆୟୋଜକ କମିଟିର ସଭାପତି ତଥା ବ୍ଲକ୍ ଅଧ୍ୟକ୍ଷ୍ୟା କୁନୀ ସାହୁ ଏବଂ ବିଡିଓ ସୁଶ୍ରୀ ସୁଚରିତା ମୁଗ୍ରୀଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା । ଯାହାଫଳରେ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ କର୍ଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଏକ ପ୍ରକାର ଅବ୍ୟବସ୍ଥା ମଧ୍ୟରେ ପାଳନ ହୋଇଥିବା ନେଇ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.