ନର୍ଲାରେ ଉଦଘାଟିତ ହେଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ଫେବୃୟାରୀ ୧୪ରୁ ୧୭ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହାର ପୂର୍ବରୁ ଆଜି ଜାନୁଆରୀ ୧୧ ବୁଧବାର  ନର୍ଲାରେ ଉଦଘାଟିତ ହୋଇଯାଇଛି ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ। ଦିବା ୧୨.୧୫ରେ ନର୍ଲା ବୁଢ଼ାରଜା ମନ୍ଦିରରେ ପୂଜାର୍ଚ୍ଚନା ସହ ଆରମ୍ଭ ହୋଇଥିଲା ମଶାଲ ଯାତ୍ରା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ରୋଡ ଜୁନିୟର କଲେଜର ଭୂଗୋଳ ଅଧ୍ୟାପକ ସରୋଜ କାନ୍ତ ଜେନା, ସମ୍ମାନିତ ଅତିଥି ଭାବେ ବିଡିଓ ବାସନ୍ତୀ ସେଠୀ, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ ଓ ଲିଲୀ ଦୀପ ମଞ୍ଚାସୀନ ଥିଲେ। ଅତିଥିମାନେ କଳାହାଣ୍ଡି ତଥା ନର୍ଲା ମାଟିର ସଂସ୍କୃତିକ ବିଭବ ଉପରେ ଆଲୋକପାତ କରିଥିଲେ। ପ୍ରଥମ ଅଧିବେଶନର ମଞ୍ଚ ପରିଚାଳନା କରିଥିଲେ ଯୁବ ବ୍ୟକ୍ତିତ୍ବ ଗୋବିନ୍ଦ ତାଣ୍ଡି। ଦୁଇଦିନ ଧରି ନର୍ଲାରେ ଏହି ଉତ୍ସବ ପାଳିତ ହେବ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.