କେମିତି ଛଟପଟ ହୋଇ ଆଖି ବୁଜିଲେ ଶାସ୍ତ୍ରୀ

‘ରୁମରେ ଶୋଇଥାଏ । ହଠାତ୍ କେହି ଜଣେ କବାଟ ବାଡେଇଲେ।  କବାଟ ଖୋଲିବା ପରେ ମହିଳା ଜଣକ କହିଲେ – ତୁମର ପ୍ରଧାନମନ୍ତ୍ରୀ ଆଉ ଜୀବିତ ନାହାନ୍ତି। ମୁଁ ଦୈାଡି ଯାଇ ଶାସ୍ତ୍ରୀଜୀଙ୍କ କୋଠରୀ ଆଡକୁ ଦେଖେ ତ ସୋଭିଏତ୍ ୟୁନିଅନ୍ ପ୍ରଧାନମନ୍ତ୍ରୀ ଆଲେକ୍ସି କୋସିଗିନ୍ ବାରଣ୍ଡାରେ ଠିଆ ହୋଇଥିଲେ । ସେ ମୋତେ ଦେଖି ଦୁଇ ହାତ ଉପରକୁ ଉଠାଇଲେ। ଭିତରେ ଏକ ଡାକ୍ତରୀ ଦଳ ଶାସ୍ତ୍ରୀଜୀଙ୍କୁ ଘେରି ରହିଥିଲେ।’

ସେଦିନ ଥିଲା ୧୧ ଜାନୁୟାରୀ, ୧୯୬୬ ରାତି ପ୍ରାୟ ୧:୩୦ସମୟ । ସେଦିନ ବିଳମ୍ବିତ ରାତି ଏମିତି କଟିଥିଲା କୁଲଦୀପ ନାୟାରଙ୍କର  । ଏହା ଥିଲା ତାଙ୍କ ଆଖି ଦେଖା ଦୃଶ୍ୟ । ଆଜି ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ପୁଣି ସେଦିନର ସ୍ମୃତି ତାଜା ହୋଇ ଉଠିଛି ।

କୂଲଦୀପ ନାୟାର ସେତେବେଳେ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ସୂଚନା ପରାମର୍ଶଦାତା ଥିଲେ  । ୧୯୬୫ ଯୁଦ୍ଧରେ ପାକିସ୍ତାନର ଲାହୋର ପର୍ଯ୍ୟନ୍ତ ଭାରତୀୟ ପତାକା ଉତ୍ତୋଳନ କରିଥିବା ଶାସ୍ତ୍ରୀ ଜୀଙ୍କ ସହ ତାସକେଣ୍ଟରେ ପହଞ୍ଚିଥିଲେ କୁଲଦୀପ । ତତ୍କାଳୀନ ସୋଭିଏତ୍ ସହର ଆଜି ଉଜବେକିସ୍ତାନର ରାଜଧାନୀ ଅଟେ ।

ଗୋଟିଏ ଦିନ ପୂର୍ବରୁ ଶାସ୍ତ୍ରୀ ଜୀ ପାକିସ୍ତାନର ଏକଛତ୍ରବାଦୀ ଶାସକ ଜେନେରାଲ ଆୟୁବଙ୍କ ସହ ତାସକେଣ୍ଟ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତିରେ ପାକିସ୍ତାନ ଭାରତର ଦଖଲ କରିଥିବା ଜମି ଛାଡି ଥିଲା ଏବଂ ଏହାର ପ୍ରତିବଦଳରେ ଲାହୋର ନିକଟରେ ପହଞ୍ଚିଥିବା ଭାରତୀୟ ସେନାକୁ ଫେରିବାକୁ ପଡିଥିଲା।

ଚୁକ୍ତି ସ୍ୱାକ୍ଷର ଦିନ ରାତିରେ ଘଟିଥିଲା ଅଘଟଣ । କୁଲଦୀପ ନାୟାରଙକ୍  କହିବାନୁସାରେ, ସେଦିନ ତାଙ୍କ ରୁମରେ ପହଞ୍ଚିଲାବେଳକୁ ଶାସ୍ତ୍ରୀଙ୍କ ଶରୀର ବିଛଣା ଉପରେ ପଡ଼ିଥିଲା । ଚପଲଗୁଡିକ ମଧ୍ୟ ସୁନ୍ଦର ଭାବରେ ରଖାଯାଇଥିଲା, କିନ୍ତୁ ତାଙ୍କର ଥର୍ମୋସ୍ ଡ୍ରେସିଂ ଟେବୁଲ ଉପରେ ପଡିଥିଲା ।ଏଥିରୁ ସ୍ପଷ୍ଟ ବାରି ହେଉଥିଲା, ସେ ପାଣି ପିଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ପିଇ ପାରିନଥିଲେ ।

ପାକିସ୍ତାନ ସହ ଏତେ ବଡ ଚୁକ୍ତି କରିବା ପରେ ବିଦେଶୀ ମାଟିରେ ହଠାତ୍ ଶାସ୍ତ୍ରୀଙ୍କ ମୃତ୍ୟୁ ! ଏହା ଏକ ଷଡଯନ୍ତ୍ର ନୁହେଁ କି? ୫୭ ବର୍ଷ ପରେ ମଧ୍ୟ ଆଜି ପ୍ରତ୍ୟେକ ଭାରତୀୟଙ୍କ ମନରେ ଏଭଳି ପ୍ରଶ୍ନ ଉଠୁଛି?

ତେବେ  ସେହି ରାତିରେ କ’ଣ ଘଟିଥିଲା ? କିପରି ଶାସ୍ତ୍ରୀଜୀଙ୍କର ମୃତ୍ୟୁ ଘଟିଥିଲା ?

ଜାନୁଆରୀ ୧୦ ମଧ୍ୟାହ୍ନ ସମୟରେ ତାସକେଣ୍ଟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ପରେ ସୋଭିଏତ୍ ୟୁନିଅନ୍ ହୋଟେଲ ତାସକେଣ୍ଟରେ ଏକ ପାର୍ଟି ରଖିଥିଲା। ସେଠାରେ ଶାସ୍ତ୍ରୀ ଜୀ କିଛି ସମୟ ରହିବାପରେ ରାତି ପ୍ରାୟ ୧୦ଟା ସମୟରେ ତାଙ୍କର ତିନି ସହାୟକଙ୍କ ସହିତ ନିଜ କୋଠରୀକୁ ଫେରିଥିଲେ । ସେଠାରେ ଆୟୁବ ଖାନଙ୍କ ଇସଲାମାବାଦ ନିମନ୍ତ୍ରଣକୁ ଶାସ୍ତ୍ରୀଜୀ ଗ୍ରହଣ କରିବା ଉଚିତ କି ନୁହେଁ, ଶାସ୍ତ୍ରୀଜୀ ପାକିସ୍ତାନ ଯିବା ଠିକ ହେବ କି ନାହିଁ   ସେ ନେଇ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ  ସହାୟକ ଶର୍ମା କହିଥିଲେ, ଯେ ସେ ପାକିସ୍ତାନ ଯିବା ଉଚିତ୍ ନୁହେଁ। ଆୟୁବ ଖାନ ଯେ କୈାଣସି ସ୍ତରକୁ ଯାଇପାରନ୍ତି ଏବଂ ଶାସ୍ତ୍ରୀ ଜୀଙ୍କର ଜୀବନ ମଧ୍ୟ ବିପଦ ଥାଇପାରେ । ଏହାକୁ ନେଇ ଶାସ୍ତ୍ରୀ ଜୀ କହିଥିଲେ, ‘ବର୍ତ୍ତମାନ ସେ କିଛି କରିପାରିବେ ନାହିଁ, ଆମର ଚୁକ୍ତି ହୋଇସାରିଛି ଏବଂ ଆୟୁବ ଜଣେ ଭଲ ମଣିଷ।’ କଥା ସେତିକିରେ ରହିଥିଲା ।
ରାଷ୍ଟ୍ରଦୂତଙ୍କ ରୋଷେଇ ରାତ୍ରି ଭୋଜନ କରିଥିଲେ । ଏହା ପରେ ଶାସ୍ତ୍ରୀ ଜୀ ରାମନାଥଙ୍କୁ ଖାଦ୍ୟ ପରଷିବାକୁ କହିଥିଲେ। ଖାଦ୍ୟରେ ଆଳୁ,ପାଳଙ୍ଗ ଏବଂ ତରକାରୀ ରହିଥିଲା । ଏହି ଖାଦ୍ୟ ତତ୍କାଳୀନ ରାଷ୍ଟ୍ରଦୂତ ଟିଏନ କୋଲଙ୍କ ସ୍ଥାନରୁ ପ୍ରସ୍ତୁତ କରାଯାଇଥିଲା ।

ସନ୍ଦେହର ଆଉ ଏକ କାରଣ ଏମିତି ଥିଲା-

ଏହାପୂର୍ବରୁ ଶାସ୍ତ୍ରୀଜୀଙ୍କ ପାଇଁ ଖାଦ୍ୟ ରାମନାଥ ରାନ୍ଧୁଥିଲେ ।  କିନ୍ତୁ ସେଦିନ ଭୋଜନ ଜାନ ମହମ୍ମଦ ରାନ୍ଧିଥିଲେ। ଦୁଇଜଣ ମହିଳା ରୋଷେଇ ଘରେ ତାକୁ ସାହାଯ୍ୟ କରିଥିଲେ। ସେମାନେ ରୁସୀ ଗୁପ୍ତଚରରୁ ଆସିଥିଲେ ଏବଂ ଶାସ୍ତ୍ରୀଜୀଙ୍କର ଖାଦ୍ୟ ପ୍ୟାକ୍ କରିବା ପୂର୍ବରୁ ଚାଖୁଥିଲେ। କୁଲଦୀପ ନାୟାର ଲେଖିଛନ୍ତି ଯେ ଶାସ୍ତ୍ରୀଜୀଙ୍କ ପିଇବା ପାଣି ମଧ୍ୟ ଚଖାଯାଉଥିଲା। କାରଣ ଶାସ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିଲା ।
ଶାସ୍ତ୍ରୀଜୀ ଖାଉଥିବା ବେଳେ ତାଙ୍କ ଫୋନ୍ ବାଜିଥିଲା । ତାଙ୍କର ଅନ୍ୟ ଜଣେ ସହାୟକ ଭେଙ୍କଟାରାମନ ଦିଲ୍ଲୀରୁ ଫୋନ କରିଥିଲେ । ତାଙ୍କର ବ୍ୟକ୍ତିଗତ ସହାୟକ ଜଗନ୍ନାଥ ସାହା ଫୋନ୍ ଉଠାଇଥିଲେ। ସେଠାରୁ ଭେଙ୍କଟାରାମନ ଭାରତର ରାଜନୀତି ଗତିବିଧି ବିଷୟରେ ସୂଚନା ଦେଇଥିଲେ। କହିଥିଲେ, ଭାରତରେ ପ୍ରଜା ସମାଜବାଦୀ ପାର୍ଟିର ସୁରେନ୍ଦ୍ର ନାଥ ତିୱାରୀ ଏବଂ ଜନ ସଂଗଠନର ଅଟଳ ବିହାରୀ ବାଜପେୟୀ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ପରେ ଶାସ୍ତ୍ରୀ ଜୀ ଚିନ୍ତିତ ହୋଇ କାବୁଲରେ ଖବରକାଗଜ ମଗାଇଥିଲେ ।
ଶାସ୍ତ୍ରୀଙ୍କ ପୁଅ ଅନିଲ ଶାସ୍ତ୍ରୀ କୁହନ୍ତି, ‘ସେଦିନ ରାତିରେ ସେ କାବୁଲକୁ ଭାରତୀୟ ଖବରକାଗଜ ମଗାଇଥିଲେ। ସେ  ପର୍ଯ୍ୟନ୍ତ ତାଙ୍କ ବାର୍ତ୍ତାଳାପ ଏବଂ ସ୍ୱାସ୍ଥ୍ୟରେ କୈାଣସି ଅଭିଯୋଗ ନଥିଲା। ଏହାର ଅର୍ଥ ସେ ଜାଣିବାକୁ ଚାହୁଁଥିଲେ ଯେ ଦେଶରେ ତାଙ୍କ ନିଷ୍ପତ୍ତିର ପ୍ରଭାବ କ’ଣ?

ପରିବାର ଲୋକେ ବି ସମର୍ଥନ ଦେଇ ନ ଥିଲେ-

ଶାସ୍ତ୍ରୀଜୀ ଦୁଇ ଦିନ ଧରି ଘର ଲେକାଙ୍କ କଥା ହୋଇନଥିଲେ। ସେଦିନ ସେ ଘର ଲୋକଙ୍କ ସହ  କଥା ହୋଇଥିଲେ। ସେ ତାଙ୍କ ଝିଅ କୁସୁମଙ୍କୁ ବହୁତ ଭଲ ପାଉଥିଲେ । ଫୋନରେ ପଚାରିଥିଲେ -ଏହି ନିଷ୍ପତ୍ତି କିପରି ଲାଗିଲା? କୁସୁମ୍ କହିଥିଲେ, ‘ମୋତେ ଏହା ଭଲ ଲାଗିଲା ନାହିଁ।’ଶାସ୍ତ୍ରୀ ଜୀ ପଚାରିଥିଲେ, ଆମ୍ମାଙ୍କୁ ଏହି ନିଷ୍ପତ୍ତି କିପରି ଲାଗିଲା ? ତାଙ୍କ ସହିତ କଥା କରାଅ ।
ସେ ତାଙ୍କ ପତ୍ନୀ ଲଲିତା ଶାସ୍ତ୍ରୀଙ୍କୁ ଆମ୍ମା ବୋଲି କହୁଥିଲେ। ଝିଅ କହିଲା, ‘ଆମ୍ମା ଆପଣଙ୍କ ଉପରେ ରାଗିଛନ୍ତି ଏବଂ କଥା ହେବାକୁ ମନା କରୁଛନ୍ତି। ଆପଣ କାହିଁକି ଭାରତର ଜିତିଥିବା ଅଂଶକୁ ପାକିସ୍ତାନକୁ ଦେଇଦେଲେ?’’

ଜଗନ୍ନାଥ ସାହାଙ୍କ ଅନୁଯାୟୀ ଶାସ୍ତ୍ରୀଜୀ ଏହି ଫୋନ୍ କଲ ପରେ ଦୁଃଖିତ ହୋଇଥିଲେ। ରାମନାଥ ତାଙ୍କୁ ପିଇବାକୁ କ୍ଷୀର ଦେଇଥିଲେ। ଶୋଇବା ପୂର୍ବରୁ କ୍ଷୀର ଶାସ୍ତ୍ରୀଜୀଙ୍କ ଦିନଚର୍ଯ୍ୟାର ଏକ ଅଂଶ ଥିଲା । ପରେ ଶାସ୍ତ୍ରୀଜୀ ରାମନାଥଙ୍କୁ ଶୋଇବାକୁ କହିଥିଲେ। ରାମନାଥ ତାଙ୍କ କୋଠରୀରେ ଚଟାଣରେ ଶୋଇବାକୁ ପ୍ରସ୍ତାବ ଦେଇଥିଲେ, ହେଲେ ଶାସ୍ତ୍ରୀ ମନା କରିଥିଲେ।

ଶେଷ ରାତି..ବିଳମ୍ବିତ ପ୍ରହର ୧.୩୦ର କଥା-

କୁଲଦୀପ ନାୟାର ତାଙ୍କ ପୁସ୍ତକରେ ଲେଖିଛନ୍ତି, ପରଦିନ ସେ ଆଫଗାନିସ୍ତାନ ଯିବାର ଥିଲା । ତାସକେଣ୍ଟ ସମୟ ଅନୁଯାୟୀ, ରାତି୧.୩୦ ସମୟରେ ଆଫଗାନିସ୍ତାନ ଯାଇଥାନ୍ତେ ।  ଶାସ୍ତ୍ରୀଜୀଙ୍କୁ ଜଗନ୍ନାଥ ସାହି ଲବିରେ ବ୍ୟସ୍ତ ହେଉଥିବାର ଦେଖିଥିଲେ। ସେ କିଛି କହିବାକୁ ଚେଷ୍ଟା କରୁଥିଲେ ଏବଂ ବହୁତ କଷ୍ଟରେ ସେ, ‘ଡାକ୍ତର ସାହେବ କେଉଁଠାରେ?’ ବୋଲି ପଚାରିଥିଲେ ।

ଯେଉଁ କୋଠରୀରେ ପ୍ୟାକିଂ ଚାଲିଥିଲା ଶାସ୍ତ୍ରୀଜୀଙ୍କ ଡାକ୍ତର ଆର.ଏନ୍ ଚୁଙ୍ଗ୍ ସେଠାରେ ଶୋଇଥିଲେ। ଜଗନ୍ନାଥ ସାହି ଶୀଘ୍ର ତାଙ୍କୁ ସୁରକ୍ଷା କର୍ମୀଙ୍କ ସାହାଯ୍ୟରେ ଖଟ ଉପରେ ଶୁଆଇ ପିଇବାକୁ ପାଣି ଦେଇଥିଲେ ।  କହିଥିଲା, ‘ବାବୁଜୀ! ତୁମେ ଶୀଘ୍ର ଭଲ ହୋଇଯିବ। ‘

ପରେ ଶାସ୍ତ୍ରୀଜୀ ତାଙ୍କ ଛାତି ଉପରେ ହାତ ରଖି ବେହୋସ୍ ହୋଇଗଲେ । ଘରୋଇ ଡାକ୍ତର ଆର.ଏନ୍ ଚୁଗ ନାଡିର ଯାଞ୍ଚ କରି ତାଙ୍କ ମୃତ ଘୋଷଣା କରିଥିଲେ। ମନ ରଖିବା ପାଇଁ ଋଷର ଡାକ୍ତରମାନଙ୍କୁ ମଧ୍ୟ ଡକାଯାଇଥିଲା। ଇଞ୍ଜେକ୍ସନ ଦିଆଯାଇଥିଲା, କିନ୍ତୁ କିଛି ହୋଇନଥିଲା।

ଶାସ୍ତ୍ରୀଜୀଙ୍କ କୋଠରୀ ବିଷୟରେ ତାଙ୍କ ପୁସ୍ତକରେ କୁଲଦୀପ ନାୟାର ଲେଖିଛନ୍ତି,  ତାଙ୍କ ଚଟାଣରେ ଚପଲ ସୁନ୍ଦର ଭାବରେ ରଖାଯାଇଥିଲା। ଥର୍ମୋସ୍ ଡ୍ରେସିଂ ଟେବୁଲ ଉପରେ ଓଲଟି ପଡିଥିଲା । ଲାଗୁଥିଲା ଏହାକୁ ଖୋଲିବାକୁ ପ୍ରୟାସ କରାଯାଇଥିଲା । କୋଠରୀରେ ତିନୋଟି ଫୋନ୍ ଥିଲା କିନ୍ତୁ ତାହା ବିଛଣାରୁ ବହୁତ ଦୂରରେ ଥିଲା । ଆଲାରାମ ବା ବଜର ବ୍ୟବସ୍ଥା କୋଠରୀରେ କରାଯାଇ ନ ଥିଲା ଯାହା କରାଯିବା ଉଚିତ ଥିଲା । ଅଳ୍ପ ସମୟ ମଧ୍ୟରେ ଏକ ତ୍ରିରଙ୍ଗାରେ ଶାସ୍ତ୍ରୀଜୀଙ୍କୁ ଘୋଡାଇ ଦିଆଯାଇଥିଲା । ଏହା ପରେ ଫଟୋ ଉଠାଯାଇ ପରଦିନ ଶବକୁ ଭାରତ ଅଣାଯାଇଥିଲା।

ଶାସ୍ତ୍ରୀ ଜୀଙ୍କୁ ବିଷ ଦିଆଯାଇଥିଲା କି?

ଶାସ୍ତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ଶରୀର ନୀଳ ହୋଇଯାଇଥିଲା। ବିଷାକ୍ତ ହେବାର କାରଣ ମଧ୍ୟ ଥିଲା ସେହି ରାତିରେ ରାତ୍ରୀ ଭୋଜନ ରାମନାଥଙ୍କ ବଦଳରେ ଟିନ୍ ମହମ୍ମଦ ପ୍ରସ୍ତୁତ କରିଥିଲା। ସନ୍ଦେହ ଆଧାରରେ ଜନ ମହମ୍ମଦଙ୍କୁ ଧରିଥିଲେ, କିନ୍ତୁ ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଜନ ମହମ୍ମଦ ପରେ ରାଷ୍ଟ୍ରିୟ ଭବନରେ ଚାକିରି ପାଇଥିଲା।
ଶରୀରର ନୀଳ ହେବାକୁ ନେଇ କୁଲଦୀପ ନାୟାର ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ଶରୀରକୁ ନଷ୍ଟରୁ ରକ୍ଷା କରିବା ପାଇଁ ରାସାୟନିକ ପଦାର୍ଥ ଏବଂ ବାଲମ ପ୍ରୟୋଗ କରାଯାଇଥିଲା, ଯେଉଁ କାରଣରୁ ଏହା ନୀଳ ହୋଇଗଲା।

ଜଣକ ପରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସନ୍ଦେହଜନକ ମୃତ୍ୟୁ  

ଶାସ୍ତ୍ରୀଜୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପ୍ରସଙ୍ଗ ଉଠିଥିଲା। ତତ୍କାଳୀନ ସରକାର ପୋଷ୍ଟମର୍ଟମ ମଧ୍ୟ କରିପାରି ନ ଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ସରକାର ଆସିଲା। ଏହାର ଅନୁସନ୍ଧାନ ପାଇଁ ଏକ କମିଟି ଗଠନ କରାଯାଇଥିଲା। ରାଜ ନାରାୟଣ କମିଟି। ପ୍ରଥମେ ତାଙ୍କ ବ୍ୟକ୍ତିଗତ ଡାକ୍ତର ଆର.ଏନ୍ ଚୁଗଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । କିନ୍ତୁ ତାଙ୍କ କାର ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଝିଅ ଆଜୀବନ ବିକଳାଙ୍ଗ ହୋଇ ରହିଗଲେ। ତାଙ୍କ ସହାୟକ ରାମନାଥଙ୍କ ସହିତ ମଧ୍ୟ ସମାନ ଅଘଟଣ ଘଟିଥିଲା  । ଏକ ସଡକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ସ୍ମୃତିଶକ୍ତି ହରାଇଥିଲେ।  ଏହା ପରେ ତାଙ୍କର ତଦନ୍ତ ଫାଇଲ ଭିତରେ ରହିଗଲା ।

ମୃତ୍ୟୁ ପଛରେ ବିଦେଶୀ ହାତ; ସୋଭିଏତ୍ ୟୁନିଅନ୍ ନା ଆମେରିକା?

୧୯୬୫ ଯୁଦ୍ଧରେ ଭାରତ ଆମେରିକାର ସହଯୋଗୀ ପାକିସ୍ତାନକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଆମେରିକାର ଚାପ ସତ୍ତ୍ୱେ ଭାରତ ପରମାଣୁ ‌କାର୍ଯ୍ୟକ୍ରମ ବନ୍ଦ କରିବାକୁ ମନା କରିଦେଇଥିଲା। ଭାରତ ଆଣବିକ ଅସ୍ତ୍ର ତିଆରି କରୁଥିଲା ଏବଂ ବୈାଜ୍ଞାନିକ ହୋମି ଜାହଙ୍ଗୀର ଭାବା ୧୯୪୪ ପରଠାରୁ ଏଥିରେ ନିୟୋଜିତ ଥିଲେ। ସଂଯୋଗ କି ଷଡଯନ୍ତ୍ର ଜଣାନାହିଁ,  ଶାସ୍ତ୍ରୀଙ୍କ ମୃତ୍ୟୁର ୧୩ ଦିନ ପରେ, ସେ ମଧ୍ୟ ୨୪ ଜାନୁଆରୀରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହି ଦୁଇଟି ଜିନିଷର ସୂତ୍ର ଏକ ସାକ୍ଷାତକାର ସହିତ ସଂଯୁକ୍ତ  ।

ସେ ସଂଯୋଗ ଏମିତି..

CIA ହେଉଛି ଆମେରିକାର ଗୁପ୍ତଚର ସଂସ୍ଥା । ଯେତେବେଳେ ଏହି ଦୁଇଟି ଘଟଣା ଘଟିଲା ସେତେବେଳେ ରୋବର୍ଟ କ୍ରୋଲେ CIAର ଯୋଜନା ନିର୍ଦ୍ଦେଶକ ଥିଲେ। ୧୯୯୩ ମସିହାରେ କ୍ରୋଲେ ଜଣେ ଆମେରିକୀୟ ସାମ୍ବାଦିକ ଗ୍ରେଗୋରୀ ଡଗଲାସଙ୍କୁ ଏକ ସାକ୍ଷାତକାର ଦେଇଥିଲେ ଏବଂ କହିଥିଲେ ଯେ CIAହିଁ ଜାନୁୟାରୀ ୧୯୬୬ ରେ ଉଭୟ ଶାସ୍ତ୍ରୀ ଏବଂ ଡକ୍ଟର ହୋମି ଭବାଙ୍କୁ ହତ୍ୟା କରିଥିଲା।

କ୍ରାଉଲି ସାମ୍ବାଦିକଙ୍କୁ ତାଙ୍କ ମୃତ୍ୟୁ ପରେ ହିଁ ଏହି ସାକ୍ଷାତକାର ପ୍ରକାଶ କରିବାକୁ କହିଥିଲେ। ଏହି ସାକ୍ଷାତକାରରେ ସେ ଶାସ୍ତ୍ରୀ ଜୀଙ୍କୁ ହତ୍ୟା କରିବାର କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଋଷ ସହଯୋଗରେ ଭାରତର ପ୍ରସାରକୁ ମଜବୁତ କରିବା ଏବଂ ପାକିସ୍ତାନ ହାରିବା ଦ୍ୱାରା ଆମେରିକାର ସୁପର ପାୱାରକୁ କ୍ଷତି ପହଞ୍ଚାଇବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.