ବିଜେପି ପକ୍ଷରୁ ରାୟଗଡା ବିଡିଓଙ୍କୁ ୧୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ପ୍ରତି ପଂଚାୟତରେ କଲ୍ୟାଣ ମଣ୍ଡପ ଓ ଖେଳ ପଡିଆ ନିର୍ମାଣ କର, ବେକାରୀଙ୍କୁ ନିଯୁକ୍ତି ଦିଅ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାୟଗଡା ଜିଲ୍ଳା ସଦର ବ୍ଳକର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୧୩ଦଫା ସମ୍ବଳିତ ଦାବିପତ୍ର ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟର ସାବତଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଆଦିବାସୀଙ୍କୁ ଜଙ୍ଗଲ ଚାଷ ଜମି ପଟ୍ଟା ପ୍ରଦାନ କରିବା,ବ୍ଳକର ସମସ୍ତ ଘରପଟ୍ଟା ହିନ ବସ୍ତିବାସୀଙ୍କୁ ରାଜସ୍ୱ ନିରିକ୍ଷକମାନଙ୍କ ଦ୍ୱାରା ଚିହ୍ନଟ କରାଯାଇ ଘରପଟ୍ଟା ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା,ଟିପିଏସଓଡିଏଲ ସଂସ୍ଥା ବିଦ୍ୟୁତ୍ ବିଲରେ ବିଭ୍ରାଟ କରି ଲୋକଙ୍କୁ ଶୋଷଣ କରୁଥିବାରୁ ବିଜେପି ଏହାକୁ ତୀବ୍ର ନିନ୍ଦା କରୁଛି ବୋଲି ଉଲ୍ଳେଖ ରହିବା ସହ ବିଦ୍ୟୁତ୍ ବିଲର ପଚାଶ ପ୍ରତିଶତ ରାଜ୍ୟ ସରକାର ବହନ କରିବା ପାଇଁ ଦାବି କରାଯାଇଛି । ସେହିପରି ସ୍ଥାନୀୟ ଜେକେ କାଗଜ କଳରେ ସ୍ଥାନୀୟ ଠିକାଦାରଙ୍କୁ ନିଯୁକ୍ତ କରିବା,ବ୍ଳକର ସମସ୍ତ ପଂଚାୟତରେ କଲ୍ୟାଣ ମଣ୍ଡପ ଓ ଖେଳ ପଡିଆ ନିର୍ମାଣ କରି କ୍ରୀଡା ଓ ସଂସ୍କୃତିର ଉନ୍ନତି କରିବା, ପ୍ରତି ପଂଚାୟତର ବେକାର ଯୁବକଯୁବତୀଙ୍କୁ ମେଗା କୁକୁଡା ଫାର୍ମ,ଗାଇ ଫାର୍ମ ଓ ମତ୍ସ୍ୟ ଚାଷ ଆଦି ଯୋଜନାରେ ହିତାଧିକାରୀ ଭାବେ ସୁଯୋଗ ଦେଇ ରୋଜଗାରକ୍ଷମ କରିବା, ସ୍ୱଚ୍ଛ ଭାରତ ମିଶନରେ ନିର୍ମାଣ ହୋଇଥିବା ଶୈାଚାଳୟର ସୁପରିଚାଳନାର ତଦନ୍ତ କରିବା,ଜେକେପୁର ଓ କୁମ୍ଭିକୋଟା ଅଂଚଳରେ ସରକାରୀ ଡାକ୍ତରଖାନା ସ୍ଥାପନା କରି ଆବଶ୍ୟକୀୟ ଡାକ୍ତର,ନର୍ସ ଏବଂ ଆନୁଷାଙ୍ଗିକ ବ୍ୟବସ୍ଥା ସହ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇବା ଭଳି ବ୍ୟବସ୍ଥା କରାଇବା, ମନରେଗା ଯୋଜନାରେ ଜବକାର୍ଡଧାରୀଙ୍କୁ ନିୟମିତ ଭାବେ ମଜୁରୀ ପ୍ରଦାନ କରିବା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗମାନଙ୍କୁ ଭତା ଠିକ୍ ସମୟରେ ପ୍ରଦାନ କରିବା, କୁମ୍ଭିକୋଟା ହାଇସ୍କୁଲକୁ ଯୁକ୍ତ ଦୁଇ କଲେଜରେ ପରିବର୍ତନ କରାଇବା, କୁମ୍ଭିକୋଟା ଠାରେ ବିଦ୍ୟୁତ୍ ସବଷ୍ଟେସନ ସ୍ଥାପନା କରି ନାକଟି, କୁଟୁଳି ଏବଂ କୁମ୍ଭିକୋଟା ପଂଚାୟତରେ ନିରବିଚ୍ଛନ୍ନ୍ ବିଦ୍ୟୁତ ସେବା ଯୋଗାଇବା ଏବଂ ହର ଘର ନଳ ସେ ଜଳ ଯୋଜନାକୁ ରାୟଗଡା ବ୍ଳକରେ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ଆଦି ଦାବି ଉପସ୍ଥାପନା କରାଯାଇଛି । ଏହି ଦାବିଗୁଡିକ ୧ମାସ ମଧ୍ୟରେ ପୂରଣ ନ ହେଲେ ବିଜେପି ତରଫରୁ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ରାୟଗଡା ବିଧାନସଭା ବିଧାୟକ ପ୍ରାର୍ଥୀ ବସନ୍ତ କୁମାର ଉଲାକା, ରାଷ୍ଟ୍ରିୟ ଜନଜାତି ମୋର୍ଚ୍ଚା ସାଧାରଣ ସଂପାଦକ କାଳୀରାମ ମାଝି, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମେଶ ଖୋସଲା, ଜିଲ୍ଳା ସଂପାଦକ କିଶୋର ଚନ୍ଦ୍ର ପଣ୍ଡା, ରୋଶନ କୁମାର ପାଣିଗ୍ରାହୀ,ରବିନ୍ଦ୍ର କୁମାର ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.