ରାୟଗଡା ଜିଲ୍ଳାସ୍ତରୀୟ ୭୪ତମ ଗଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଗଣତନ୍ତ୍ର ଦିବସ -୨୦୨୩ ପାଳନ ଉପଲକ୍ଷେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାସ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ରାୟଗଡା ପୈାରାଧ୍ୟକ୍ଷା ଶୁଭ୍ରା ପଣ୍ଡା, ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା, ଜିଲ୍ଳା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଳାପାଳ ଭୀମସେନ ଶବର, ଏସଡିପିଓ ଦିବ୍ୟଜ୍ୟୋତି ଦାସଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀ ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ସ୍କୁଲ ଓ କଲେଜର ପ୍ରଧାନଶିକ୍ଷକ, ଅଧ୍ୟାପକ, ଏନସିସି ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପୂର୍ବ ବର୍ଷର ପ୍ରସ୍ତୁତି ବୈଠକର ବିବରଣୀ ପାଠ କରିଥିବା ବେଳେ ମହାମାରୀ କୋଭିଡ କଟକଣା ଯୋଗୁଁ ସୀମିତ ହୋଇ ରହିଯାଇଥିବା କିଛି ବିଷୟଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବର୍ତମାନ କୋଭିଡ କଟକଣା ହଟି ଯାଇଥିବାରୁ ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସକୁ ମହା ଆଡମ୍ବରରେ ପାଳନ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା । ସେହିପରି ଉକ୍ତ ଦିବସର ପ୍ରାତଃ ସାଢେ ୫ଘଂଟା ସମୟରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ସହରର ମୁଖ୍ୟ ରାସ୍ତାଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୂନ ପରିବେଷଣ କରାଯିବ ବୋଲି ସ୍ଥିର କରାଯାଇଥିଲା । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକରେ ସକାଳ ସାଢେ ୭ଟା ଠାରୁ ୮ଘଂଟା ମଧ୍ୟରେ ଜାତୀୟ ପତକା ଉତୋଳନ କରିବା ନିମନ୍ତେ ସ୍ଥିର କରାଯାଇଥିବା ବେଳେ ସହରରେ ଅବସ୍ଥାପିତ ବରପୁତ୍ରମାନଙ୍କ ସ୍ଥାନଗୁଡିକର ମରାମତି ତଥା ସାଜସଜ୍ଜା କରିବା ନିମନ୍ତେ ପୈାର ପାଳିକା ଅଧିକାରୀଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ଜିଲ୍ଳାସ୍ତରୀୟ ଅଧିକାରୀମାନଙ୍କୁ ପୁଷ୍ପାମାଲ୍ୟର୍ପଣ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି ଦିବସରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ସକାଳ ସାଢେ ୮ଟା ସମୟରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକ ଉତୋଳନ କରି ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ ଓ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବେ ବୋଲି ସ୍ଥିର ହୋଇଥିଲା । କୋଭିଡ୍ କଟକଣା ଯୋଗୁଁ ଗତବର୍ଷ ପ୍ୟାରେଡରେ କେହି ଅଂଶଗ୍ରହଣ କରି ପାରି ନ ଥିବା ବେଳେ ଚଳିତ ଥର କୋଭିଡ୍ ପୂର୍ବରୁ ଅନ୍ୟ ବର୍ଷ ମାନଙ୍କ ପରି ସମସ୍ତ ସ୍କୁଲ ଓ କଲେଜର ଦଳ ପ୍ୟାରେଡରେ ଅଂଶଗ୍ରହଣ କରିବେ ବୋଲି ସ୍ଥିର କରାଯାଇଥିଲା । ସେହିପରି ପଡିଆରେ ବାରିକେଟ ନିର୍ମାଣ ଓ ପ୍ୟାରେଡ ପଡିଆର ମରାମତି ନିମନ୍ତେ ପୂର୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଳାସ୍ତରରେ ବିଭିନ୍ନ ବିଦ୍ୟାଳୟସ୍ତରୀୟ ବକୃତା ଓ ଦେଶତ୍ମକବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ କରାଇବା ପାଇଁ ସ୍ଥିର ହୋଇଛି । ସେହିପରି ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲ୍ଳା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ଅନ୍ତେବାସୀ ରୋଗୀ,କାରାଗାର,ବୃଦ୍ଧାଶ୍ରମ,ସେବା ସମାଜ,ସ୍ୱଧାର ଗୃହର ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ ବଂଟନ ନିମନ୍ତେ ବିଭିନ୍ନ ସରକାରୀ ଅଧିକାରୀ ଓ ସଂସ୍ଥା ମୁଖ୍ୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଜାନୁଆରୀ ୨୨ତାରିଖରେ ଜିଲ୍ଳା ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୨’ଶେଷ ହେଉଥିବାରୁ ପ୍ୟାରେଡରେ ଅଂଶଗ୍ରହଣ କରିଥିବା ଦଳଙ୍କ ନିମନ୍ତେ ଜିସିଡି ହାଇସ୍କୁଲ ପ୍ୟାରେଡ ପଡିଆରେ ପ୍ୟାରେଡର ଅଭ୍ୟାସ କରିବା ଅସୁବିଧା ହେବ ତେଣୁ ପୋଲିସ ଆର.ଆଇ.ଙ୍କୁ ପୋଲିସ ପ୍ରଶାସନର ସହାୟତାରେ ସହର ମଧ୍ୟରେ ଥିବା କୈାଣସି ପଡିଆ ଠାରେ ପ୍ୟାରେଡ ଅଭ୍ୟାସ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଚଳିତ ଥର ପୂର୍ବ ବର୍ଷମାନଙ୍କ ପରି ପ୍ରଞାପନ ମେଢର ପ୍ରଦର୍ଶନୀ କରାଯିବା ସହ ଛାତ୍ରଛାତ୍ରୀମାନଙ୍କ ଶୋଭାଯାତ୍ରା ଏବଂ ପଡିଆରେ ସାଂସ୍କୃତିକ ଓ ଶାରୀରିକ କ୍ରୀଡା କୈାଶଳର ପ୍ରଦର୍ଶନୀ ନିମନ୍ତେ ବିଚାରକ ମଣ୍ଡଳିର ଚୟନ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡାକ୍ତର ଲାଲମୋହନ ରାଉତରାଏ,ତହସିଲଦାର ତାପସ ରାଉତ,ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା,ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ଯାଞସେନୀ ବେହେରା, ଜଳଛାୟା, ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଗ, ଜିଲ୍ଳା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତରାଏ,ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରମେଶଚନ୍ଦ୍ର ନାୟକ,ଜିଲ୍ଳା ବିରଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦ ଚନ୍ଦ୍ର ପଣ୍ଡା,ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ଆଇନଜୀବି ବ୍ରଜସୁନ୍ଦର ନାୟକ, ମଙ୍ଗଳମୂର୍ତି ବେଉରିଆ, ଜିଲ୍ଳା ଭିନ୍ନକ୍ଷମ ମହାସଂଘ ସଂପାଦକ ଅମରେନ୍ଦ୍ର ନାଥଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.