ଚଇତି କ୍ରୀଡା ମହୋତ୍ସବରେ ମିନି ମାରାଥନ୍‌, ରାଜପଥରେ ଦୈାଡିଲା ରାୟଗଡା

ଭାଇଚାରା ସହ ଉତ୍ସାହ ଓ ଉଦ୍ଦୀପନାର ଉତ୍ସବ ହେଉଛି ଚଇତି ମହୋତ୍ସବ -ମନ୍ତ୍ରୀ ଜଗନ୍ନାଥ ସାରକା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର କଳା ଓ ସଂସ୍କୃତିର ମହାକୁମ୍ଭ ‘ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା-୨୦୨୨’ପାଳନ ଉପଲକ୍ଷେ ଗତ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଚଇତି କ୍ରୀଡା ମହୋତ୍ସବର ଚତୁର୍ଥ ଦିନରେ ଗଣଦୈାଡ ତଥା ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି । ୩୨୬ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ରିଲାଏନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରୁ ଆରମ୍ଭ ହୋଇ ଦୀର୍ଘ ୧୦କିଲୋମିଟର ଦୂରତାରେ ଥିବା ହାଲୁଆ ତୋଟା ପର୍ଯ୍ୟନ୍ତ ପୁରୁଷ ଓ ମହିଳା ବର୍ଗରେ ଏହି ମିନି ମାରାଥନ୍ ଦୈାଡ ପ୍ରତିଯୋଗିତା ହୋଇଥିଲା ।

ଏଥିରେ ଚଇତି ଉତ୍ସବ କମିଟି ଅଧ୍ୟକ୍ଷ ତଥା ଜିଲ୍ଳାପାଳ ସ୍ୱଧାଦେବ ସିଂ ଏବଂ ଚଇତି କ୍ରୀଡା ମହୋତ୍ସବ ଅଧ୍ୟକ୍ଷ ତଥା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର,ଡିଏସପି ସୁଶାନ୍ତ ତାଉଡିଆ, ଏସଡିପିଓ ଦିବ୍ୟଜ୍ୟୋତି ଦାସ,ଆଇଆଇସି ରଶ୍ମିରଂଜନ ପ୍ରଧାନଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।

ମନ୍ତ୍ରୀ ଶ୍ରୀ ସାରକା ସବୁଜ ପତାକା ଦେଖାଇ ମିନି ମାରାଥନ୍ ପ୍ରତିଯୋଗିତାର ଶୁଭାରମ୍ଭ କରି ଜିଲ୍ଳାର କଳା ଓ ସଂସ୍କୃତିକୁ ଉଦଜୀବିତ କରି ରଖିବାରେ ଚଇତି ଭଳି ଗଣପର୍ବ ମହୋତ୍ସବକୁ ଜିଲ୍ଳା ପ୍ରଶାସନ ଜିଲ୍ଳାବାସୀଙ୍କ ସମର୍ଥନରେ ସୁନ୍ଦର ଭାବେ ଆୟୋଜନ କରୁଥିବାରୁ ପ୍ରଶାସନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ମିନି ମାରାଥନରେ ଜିଲ୍ଳାର ବିଭିନ୍ନ ବ୍ଳକରୁ ବହୁ ପ୍ରତିଯୋଗୀ ଏବଂ ସଂଗଠନର ସଦସ୍ୟମାନେ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଚଇତିକୁ ନେଇ ଭାଇଚାର ସହ ଏକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଳାପାଳ ସ୍ୱଧାଦେବ ସିଂ ଚଇତିରେ କଳାକାର ଓ ଖେଳାଳୀଙ୍କ ସମେତ ସମସ୍ତ ବର୍ଗର ବ୍ୟକ୍ତିବିଶେଷ ତଥା ଗୋଷ୍ଠୀଙ୍କୁ ସାମିଲ କରାଯାଇ ମହୋତ୍ସବକୁ ପାଳନ କରାଯାଉଛି ତେଣୁ ଜିଲ୍ଳାବାସୀ ନିଜର ଏହି ଲୋକ ମହୋତ୍ସବକୁ ଆନନ୍ଦରେ ଉପଭୋଗ କରିବା ପାଇଁ ନିବେଦନ କରିଥିଲେ । ଜିଲ୍ଳା ଏସ.ପି.ଶ୍ରୀ ଶର୍ମା କ୍ରୀଡା ମହୋତ୍ସବରେ ସମସ୍ତେ ସାମିଲ ହୋଇ ସ୍ୱାସ୍ଥ୍ୟ ହିଁ ସଂପଦର ଏକ ମୂଲ୍ୟବାନ ବାର୍ତା ନେଇ ଚଇତି ମହୋତ୍ସବ ସହ ସିଧାସଳଖ ଭାବେ ଯୋଡି ହେଉଛନ୍ତି ବୋଲି କହିଥିଲେ । ଏହି ମିନି ମାରାଥନ ଦୈାଡ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ବିଷମକଟକ ବ୍ଳକର ଇଶ୍ୱରୀ ହିକକା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବର୍ଗରେ ରାୟଗଡା ମହିଳା ମହାବିଦ୍ୟାଳୟର ଛାତ୍ରୀ ବିଦ୍ୟୁତ୍ ପ୍ରଭା ତୁରୁକ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ଉଭୟ ବର୍ଗରେ ପ୍ରଥମରୁ ଦଶମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଘୋଷଣା ହୋଇଥିବା ପୁରସ୍କାର ଅର୍ଥରାଶି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ମିନି ମାରାଥନ୍ ଦୈାଡରେ ଜିଲ୍ଳାପାଳ ସ୍ୱଧାଦେବ ସିଂ ମଧ୍ୟ ସାମିଲ ହୋଇ ଦୀର୍ଘ ୧୦କିମି ପର୍ଯ୍ୟନ୍ତ ଦୈାଡି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.