ଐତିହାସିକ ଗୁଡହାଣ୍ଡି ଡୋକରି ଚଞ୍ଚରା ମହୋତ୍ସବ ଓ ଶ୍ରୀରାମ ମବମୀ

କୋକସରା,୧୯/୪ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ଖଲିଗଡ ଡୋକରୀ ଚଞ୍ଚରା ଠାରେ ପ୍ରତିବର୍ଷ ଭଲି ଏ ବର୍ଷ ମଧ୍ୟ ରାମ ନବମୀ ଓ ଐତିହାସିକ ଗୁଡହାଣ୍ଡି ଡୋକରି ଚଞ୍ଚରା ମହୋତ୍ସବ ୯ ଦିନଧରୀ ଅନୁଷ୍ଠିତ ହୋଇଥିଲା । ଡୋକରୀ ଚଞ୍ଚରାରେ ରହିଥିବା ଦୁଇ ଜଳପ୍ରପାତ ଡୋକରିଦର ଓ ଭୈରବଧାର ସହିତ ଅନ୍ୟାନ ଦର୍ଶନୀୟ ସ୍ଥାନ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ତା ସହିତ ଗୁଡହାଣ୍ଡିର ହଜାର ହଜାର ବର୍ଷ ତଲର ଶିଲାଳିପି, ପ୍ରାକୃତିକ ବିଭବ, ଝରଣା, ଗୁମ୍ଫା ହିଁ ପର୍ଯ୍ୟଟକ ଓ ଶ୍ରଦ୍ଧାଲୁଙ୍କୁ ସଦା ନିମନ୍ତ୍ରୀତ କରି ନେଇଯାଇଥାଏ ।

Omkar Vasthu
Omkar Vasthu

ଏଭଲି ଏକ ମନୋରମ ପରିବେଶରେ ପ୍ରତିବର୍ଷ ପାଲିତ ହୁଏ ଶ୍ରୀ ରାମ ନବମୀ ଓ ଗୁଡହାଣ୍ଡି ଡୋକରୀ ଚଞ୍ଚରା ମହୋତ୍ସବ । ଉତ୍ସବଟି ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଆଜି ମହୋତ୍ସବ ଶେଷ ହେଉଛି । ଏହି ମହୋତ୍ସବ ଭିତରେ ରହିଛି ଅନେକ ଦର୍ଶନୀୟ ସ୍ଥାନ, ଏହି ସବୁ ଦୃଶ୍ୟ ଦେଖିବାକୁ ଚାଲି ଅସିଥାନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଧାଲୁ ଭକ୍ତ । କଳାହାଣ୍ଡି ଜିଲା ସଦରମହକୁମାରୁ ପାଖାପୁଖି ୧୫୦ କି.ମି ଦୂରରେ ଡୋକରି ଚଂଚରା ଅବସ୍ଥିତ । ଏହି ସ୍ଥାନକୁ ଯିବାକୁ ହେଲେ ଭବାନୀପାଟଣାରୁ ଧର୍ମଗଡ, ପର୍ଲା, ବେହେରା, ଗୋତମୁଣ୍ଡା ଦେଇ ଘଣ୍ଟିଗୁଡା ଆସିବାକୁ ପଡିଥିବା ବେଲେ ଜୁନାଗଡ, କୋକସରା ପହଂଚି ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ଫ ଛକ ଠାରୁ ମହିମା ଦେଇ ଘଣ୍ଟିଗୁଡା ଆସିବାକୁ ପଡେ, ଘଣ୍ଟିଗୁଡା ଛକରୁ ପଶ୍ଚିମ ଦିଗକୁ ୧୨. କିଲୋମିଟର ଗଲାପରେ ଡୋକରୀ ଚଂଚରା ପହଂଚି ପାରିବେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସେହିପରି ଅନ୍ୟ ଏକ ରାସ୍ତା କୋକସରା, ବୋବରିଆ ଢାବା ଛକ ଠାରୁ ଡେଙ୍ଗାଗୁଡା, ଦର୍ଲିପଡା ହୋଇ ଧୋବେନପାଡା ପରେ ଖଲିଗଡ ଦେଇ ଯାଇପାରିବେ । ସେହିପରି ନବରଙ୍ଗପୁର ଜିଲା ପଟୁ ଆସୁଥାନ୍ତି ତେବେ ପାପଡାହାଣ୍ଡି, ମୌଦଳପୁର, ଆମପାଣି, ବଡକେନ୍ଦୁଗୁଡା, ଦର୍ଲିପଡା ଛକ ଠାରୁ ଧୋବେନପଡା, ଖଲିଗଡ ଦେଇ ଡୋକରୀ ଚଂଚରା ପହଂଚି ପାରିବେ । ଦକ୍ଷିଣ – ପଶ୍ଚିମ ଦିଗରେ ପ୍ରାୟ ୨. କି. ମି ପାଖାପୁଖି ଗଲାପରେ ଭୈରବଧାର ପଡେ । ଏହି ଝରଣାର ଭୟଙ୍କର ଦୃଶ୍ୟ ପ୍ରାୟ ୨୦୦ ପୁଟ୍ ଉର୍ଦ୍ଧ ରୁ ପାଣିଝରିଥାଏ, ପାଣିର ଛୋଟଛୋଟ ବିନ୍ଦୁରେ ଇନ୍ଦ୍ରଧନୁ ଦୃଶ୍ୟ ମାନ ସବୁ ଶୃଷ୍ଟିହୋଇ ଥାଏ । ଗ୍ରୀଷ୍ମର ପ୍ରଚଣ୍ଡ ତାପରେ ମଧ୍ୟ ଏଠାରେ ଦେହ ସିତେଇ ଯାଇଥାଏ । ଏହି ସ୍ଥାନରେ ଶହଶ୍ର ଲୋକେ ଦୁରଦୁରାନ୍ତରୁ ଆସି ସ୍ନାନ କରିଥାନ୍ତି ଓ ଶହଶ୍ର ମଧୁମଖି ଙ୍କ ଫେଣ ସବୁ ଦର୍ଶକଙ୍କ ମନରେ ଭରପୁର ଆନନ୍ଦ ଭରିଦେଇଥାଏ । ଭୈରବଧାର ଝରଣା ପାଖକୁ ଗଲାପରେ ଫେରିଆସିବା ପାଇଁ ମନମାନି ନଥାଏ ଯେତେଦେଖୁଥିଲେ ମଧ୍ୟ ଆହୁରି ଦେଖିବାକୁ ମନ ଲାଗିଯାଇଥାଏ ।

ସେହିପରି ଡୋକରୀ ଚଂଚରା ଶିଳା ଅଚଂଳରେ ରହିଛି ପୁଣ୍ୟକୁଣ୍ଡ ଝରଣା । ବିଶ୍ୱାସ ରହିଛି ଏଠାରେ ବୁଢ ପକାଇଲେ ଧଳାଫେଣ ବାହାରେ ତାକୁ ପୁଣ୍ୟବାନ ଲୋକ ଏବଂ ଯିଏ ବୁଢପକାଇଳେ ଫେଣ ବାହାରେ ନାହିଁ ତାକୁ ପାପି ବୋଳି ଧରିନିଆଯାଏ । ଏହାର ଉପରେ ଯେଉ ସଦୃଶ୍ୟ ପର୍ବତ ଶ୍ରେଣୀ ରହିଛି ସେଥିରେ ପବିତ୍ର ଋଷିଗୁମ୍ଫା ବିଦ୍ୟମାନ । କେଉଁ ସ୍ମରଣାଦିତ କାଳରୁ ଏହି ଗିରୀ ଗୁହାଲେ ତପସ୍ୱୀମାନେ ତପସ୍ୱା କରୁଥିବା ଜଣାଯାଏ । ଡୋକରୀ ଚଂଚରା ପରିସର ମଧ୍ୟରେ ଶୀରାମ ଙ୍କ ମନ୍ଦିର ଅବସ୍ଥିତ । ତ୍ରେତୟା ଯୁଗରୁ ସୀତା ଚୋରୀ ପରେ ପ୍ରଭୂ ଶ୍ରୀ ରାମ ବନଗିରୀ ମଧ୍ୟରେ ରହୁଥିବା ସମୟରେ ଡୋକରୀ ଚଂଚରା ଅତିକ୍ରମ କରି ପ୍ରମାଣ ପୂର୍ବକ ପଦଚିହ୍ନ ଛାଡିଯାଇଥିଲେ । ପ୍ରଭୂ ଶ୍ରୀରାମ ଏହିସ୍ଥାନର ପ୍ରଧାନ ଠାକୁର । ଏଠାରେ ପ୍ରଭୂ ଶ୍ରୀରାମଙ୍କ ସହ ଜାନକୀ, ଅନୁଜ ଳକ୍ଷ୍ମଣ ଓ ପବନ ପୂତ୍ର ହନୁମାନ ପୂଜା ପାଆନ୍ତି । ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ଦିବସକୁ ନବଦିନ ଧରି ନବମୀଠାରୁ ପୁଣ୍ଣୀମା ପର୍ଯ୍ୟନ୍ତ ମହାଆଡମ୍ବରେ ରାମ ନବମୀ ପାଳନ କରାଯାଏ । ବସନ୍ତର ମଳୟ ହିଲ୍ଲୋନରେ ବନଭୂମି ମୂଖରିତ ହୋଇଥାଏ । ମଧୂମାଧବ ଓ ମଧୂର ମୂର୍ଚ୍ଛନାରେ ମଣିଷ, ଜିବଜନ୍ତୁ ବସନ୍ତ ରୁତୁରେ ସତେଯେପରି ପ୍ରଭୂ ଶ୍ରୀରାମଙ୍କ ନବମୀ ପାଳନ କରନ୍ତି ସେସବୁକୁ ନେଇ ବଡ ବଡ ଜ୍ଞାନିଗୁଣି ଜନମାନେ ଡୋକରୀ ଚଂଚରା ଏହି ନବଦିନ ମହୋତ୍ସବକୁ ମଧୁମାଧବ ତୀର୍ଥବୋଲି ନାମକରଣ କରିଛନ୍ତି ।

୧୯୭୨ ମସିହା ଠାରୁ ମଧୁମାଧବ ତିର୍ଥରୂପେ ନାମକରଣ କରି ଏଠାରେ ଶ୍ରୀରାମ ନବମୀ ପୁଜା. ବିଶ୍ୱସାନ୍ତି ମାହାଯଜ୍ଞ, ଅଷ୍ଟପ୍ରହର ନାମଯଜ୍ଞ ଆଦି ଅନୁଷ୍ଠିତ ହୋଇଥାଏ । ଡୋକରୀଚଂଚରା ଏକ ପଥର ଶଯ୍ୟା । ପଥର ଶଯ୍ୟା ଉପରେ ଏକ ଡୋକରି ଦର ପ୍ରାୟ-୨ ଶହ ଫୁଟର ଜଳପ୍ରପାତ । କଥା ଅଛି ଏହି ବେଲରେ ଏବେ ଗଭିର ପାଣି ଅଛି ମାପି ହେବ ନାହିଁ । ଏଠାରେ ବଡବଡ ମାଛ ଥିବାର ଅନେକ କହିଛନ୍ତି । କଳାପୂର୍ଣ୍ଣ ରୁପେ ପରିଚିତ କଳାହାଣିର ଗୈାରବ ଗୁଡହାଣ୍ଡି ଅଟେ । ଏଠାରେ ଏମିତି ପଥରର ଅକୃତି ଅଛି ସତେ ଯେପରି ଏହା ଗୋଟିଏ ହାଣ୍ଡି ଏବଂ ଏହା ଭିତରେ ଭେଲା ଭଲା ଗୁଡରୁପି ପଥର ଗୋଲା । ତେଣୁ ଏହାକୁ ଅନୁମାନ କରୀ ଗୁଡହାଣ୍ଡି କୁହାଯାଇଥିବା ଜନ ଶୃତିରୁ ଜଣାପଡେ । ଏହା ସହିତ ଗୁଡହାଣ୍ଡି ପର୍ବତର ପଥର ଦେହରେ ଲିଖିତ ହଜାର ହଜାର ବର୍ଷତଲର ଶିଳାଲିପି, ଚିତ୍ର ରହିଛି । କୁହାଯାଏ ଗୁଡହାଣ୍ଡିର ନାମନୁସାରେ କଳାହାଣ୍ଡିର ନାମ କରଣହୋଇଛି । ଏଠାରେ ଶ୍ରୀ ରାମ ନବମୀ ଓ ଗୁଡହାଣ୍ଡି ମହୋତ୍ସବ ଲାଗିରହିଥିବାରୁ ଏବେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଲୁଥିବା ବେଲେ ଗୁରୁବାର ଓ ଶୁକ୍ରବାର ୨ଦିନ ଶୋହଲ ପ୍ରହର ନାମଯଜ୍ଞ ଥିବାରୁ ପ୍ରବଲ ଲୋକଙ୍କ ସମାଗମ ଦେଖିବାକୁ ମିଲିଥିବା ବେଲେ ବର୍ଷସାରା ମଧ୍ୟ ଏଠାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.