ସେଞ୍ଚୁରିଏନ ପବ୍ଲିକ ସ୍କୁଲରେ ପ୍ରଶିକ୍ଷଣ ଶିବିର 

ସିବିଏସସି ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ଆଇଟି ବିଭାଗ ମୁଖ୍ୟଙ୍କୁ ତାଲିମ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲାରେ ସିବିଏସସି ପକ୍ଷରୁ ପ୍ରଣୟନ ହୋଇଥିବା ନୂତନ ବ୍ୟବସ୍ଥା ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର ଅନଷ୍ଠିତ ହୋଇଛି । ପିତାମହଲ ସ୍ଥିତ ସ୍ଥାନୀୟ ସେଞ୍ଚୁରିଏନ ବିଶ୍ଵବିଦ୍ୟାଳୟ ପରିସରରେ ସେଞ୍ଚୁରିଏନ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ସିବିଏସସି ଜିଲ୍ଲା ସଂଯୋଜକ ରାଧାକ୍ରୀଷ୍ଣ ମହାପାତ୍ରଙ୍କ ନେୃତ୍ଵରେ ଆୟଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସେଞ୍ଚୁରିଏନ ବିଶ୍ଵବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ ସମସ୍ତ ଅତିଥିଙ୍କୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହା ପରେ ସିବିଏସସି ଜିଲ୍ଲା ସଂଯୋଜକ ରାଧାକ୍ରୀଷ୍ଣ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସିବିଏସସି ପକ୍ଷରୁ ପ୍ରଣୟନ ହୋଇଥିବା ନୂତନ ବ୍ୟବସ୍ଥା ଇନ୍ତିଗ୍ରେଟେଡ ପେମେଣ୍ଟ ସିଷ୍ଟମ (ଆଇପିଏସ) ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାଙ୍କ ମଧ୍ୟରେ ଚିନ୍ମୟ ବିଦ୍ୟାଳୟର ଅଧ୍ୟକ୍ଷ ତଥା ସିବିଏସସି ର ସହରାଞ୍ଚଳ ସଂଯୋଜକ ବିଦ୍ୟାଧର ନାୟକ ଉପସ୍ଥିତ ଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଥିବା ୨୫ଟି ସରକାରୀ ଓ ବେସରକାରୀ ସିବିଏସସି ସହବନ୍ଧିତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ଆଇ ଟି ବିଭାଗର ମୁଖ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ । ଶେଷରେ ସେଞ୍ଚୁରିଏନ ପବ୍ଲିକ ସ୍କୁଲ ସଂଯୋଜକ ତପନ କୁମାର କଳସୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.