କଳାହାଣ୍ଡିର ସୁନା ଝିଅ ପ୍ରୀତି ରାଉତ: ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ନେବ ଭାଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗର ଆୟୋଜନ କ୍ରମେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା। ଏଥିରେ କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରୀତି ରାଉତ ୧୪ ବର୍ଷରୁ କମ ବାଳିକା ବିଭାଗର ଯୋଗ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତୀୟ ଯୋଗ ପ୍ରତି ଯୋଗୀତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇ ଛନ୍ତି। ସେ ଆସନ୍ତା ୨୩ ଓ ୨୪ ଦୁଇ ଦିନ ଧରି ଭଦ୍ରକର ତିହିଡ଼ିରେ ହେବାକୁ ଥିବା ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗୀତାରେ ଭାଗ ନେବେ। ସେ ପୂର୍ବର ମଧ୍ୟ ୨୦୨୨ ରେ ଭୁବନେଶ୍ୱରର କେପିଟାଲ ହାଇସ୍କୁଲରେ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପୁଣି ଥରେ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାରୁ ପ୍ରତିଯୋଗୀ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇ ଥିବାରୁ ଖେଳ ଶିକ୍ଷକ ଅମିତ ମହାନ୍ତି ଓ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜୟପାଟଣା ବ୍ଲକ ଅନ୍ତର୍ଗତ ଭଏଁରିପାଲି ଗ୍ରାମର ସାମ୍ବାଦିକ ସରତ ଚନ୍ଦ୍ର ରାଉତ ଏବଂ ହେମନ୍ତୀ ରାଉତଙ୍କ ସୁନା ଝିଅ ହେଉଛନ୍ତି ପ୍ରୀତି। ବର୍ତ୍ତମାନ ଏହି ପରିବାର କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁରେ ରହି ଆସୁଥିବା ବେଳେ ପ୍ରୀତି ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ସେ କ୍ଷୁଦ୍ର ଚଳଚିତ୍ର ‘ଗନ୍ଧରୀ ପାଏନ୍’ ଏବଂ ‘ବଦନୀ’ରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି। ଏହାସହ ନୃତ୍ୟ କ୍ଷେତ୍ରରେ ମଧ୍ୟ ସେ ବେଶ୍ ପାରଦର୍ଶିତା ଲାଭ କରିଛନ୍ତି। ଜଣେ ଉଚ୍ଚକୋଟୀର ନୃତ୍ୟାଙ୍ଗନା ଭାବରେ ୫୦ରୁ ଉର୍ଦ୍ଧ୍ବ ମଞ୍ଚ ମଣ୍ଡନ କରିଛନ୍ତି ପ୍ରୀତି। ବର୍ତ୍ତମାନ ସେ ଜିଲ୍ଲା ସ୍ତରରୁ ମନୋନୀତ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବାରୁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ପ୍ରଶଂସକ ଓ ସୁଭେଚ୍ଛୁ।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.