ମୋଦୀଙ୍କୁ ନେଇ ବିବିସିର ଡକ୍ୟୁମେଣ୍ଟାରୀ, ବୈଦେଶିକ ମନ୍ତ୍ରାଳୟ କହିଲା ‘ଉଦ୍ଦେଶ୍ୟ ମୂଳକ’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅନ୍ତର୍ଜାତୀୟ ଗଣମାଧ୍ଯମ ସଂସ୍ଥା ବିବିସି ଏକ ଡକ୍ୟୁମେଣ୍ଟାରୀ ସିରିଜ ପ୍ରସାରଣ କରିଛି। “ଭାରତ: ମୋଦୀ ପ୍ରଶ୍ନ” ଶୀର୍ଷକରେ ଦୁଇଟି ଭାଗରେ ଏକ ଡକ୍ୟୁମେଣ୍ଟାରୀ ରିଲିଜ କରିଛି  ବିବିସି। ଏହାକୁ ନେଇ ବିବାଦ ବଢିବା ପରେ ପ୍ରତିକ୍ରିୟା ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। ମୁଖପାତ୍ର ଅରିନ୍ଦମ ବାଗଚି ଏହାକୁ ‘ଉପନିବେଶବାଦୀ ମାନସିକତା’ ବୋଲି କହିଛନ୍ତି। ସେ ଏହି ଧାରାବାହିକକୁ ଏକ ଦଳୀୟ ପ୍ରଚାର ବୋଲି କହିଛନ୍ତି।

Omkar Vasthu
Omkar Vasthu

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଡକ୍ୟୁମେଣ୍ଟାରୀ ସିରିଜ୍ ପ୍ରସ୍ତୁତ କରିଥିବା ଏଜେନ୍ସି ଏହାର ମାନସିକତାକୁ ପ୍ରତିଫଳିତ କରିଛି। ଏହା ଏକ ପ୍ରଚାର ପ୍ରସାର ଏବଂ ସଂପୂର୍ଣ୍ଣ ପକ୍ଷପାତ, ଯାହା ସେମାନଙ୍କର ଉପନିବେଶିକ ମାନସିକତାକୁ ପ୍ରତିଫଳିତ କରିଛି। ଏହିପରି ଚଳଚ୍ଚିତ୍ରଗୁଡିକ କେବେ ସମ୍ମାନଜନକ ହୋଇପାରିବ ନାହିଁ।

Pearl dental clinic
Near Ashish Medical Store, Bhawanipatna

“ଭାରତ: ମୋଦୀ ପ୍ରଶ୍ନ” ଶୀର୍ଷକ ଡକ୍ୟୁମେଣ୍ଟାରୀ ମଧ୍ୟ ୟୁଟ୍ୟୁବରେ ଅପଲୋଡ ହୋଇଥିବା ଅଭିଯୋଗ ହୋଇଥିଲା, କିନ୍ତୁ ବିବାଦ କାରଣରୁ ଏହାକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି। ଏହି ସିରିଜରେ କୁହାଯାଇଛି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ମୁସଲିମ ସଂଖ୍ୟାଲଘୁଙ୍କ ମଧ୍ୟରେ ଥିବା ତିକ୍ତତା ଉପରେ ଏକ ନଜର ପକାନ୍ତୁ, ଯାହା ୨୦୦୨ ଗୁଜରାଟ ଦଙ୍ଗା ଉପରେ ପର୍ଯ୍ୟବେସିତ। ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ନେଇ ଡକ୍ୟୁମେଣ୍ଟାରୀରେ ଉଲ୍ଲେଖ ରହିଛି।

Udyog Nursery
Udyogi Nursery

ବ୍ରିଟେନର ହାଉସ୍ ଅଫ୍ ଲର୍ଡସର ସଦସ୍ୟ ଲର୍ଡ ରାମି ରେଞ୍ଜର ବିବିସିର ଏହି ଡକ୍ୟୁମେଣ୍ଟାରୀକୁ ପକ୍ଷପାତ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ସେ ଏକ ଟୁଇଟ୍‌ରେ କହିଛନ୍ତି, “ବିବିସି ଆପଣ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରଧାନମନ୍ତ୍ରୀ, ଭାରତୀୟ ପୋଲିସ ଏବଂ ଭାରତୀୟ ନ୍ୟାୟପାଳିକାକୁ ଆଘାତ ଦେଇଛନ୍ତି ଏବଂ କୋଟି କୋଟି ଭାରତୀୟଙ୍କ ଭାବନାକୁ ଆଘାତ କରିଛନ୍ତି। ଆମେ ଦଙ୍ଗା ଏବଂ ଜୀବନ ହାନିକୁ ନିନ୍ଦା କରୁଛୁ ଏବଂ ଆମେ ଆପଣଙ୍କର ପକ୍ଷପାତ ରିପୋର୍ଟକୁ ମଧ୍ୟ ସମାଲୋଚନା କରୁଛୁ।

ଉଲ୍ଲେଖଯୋଗ୍ୟ, ୨୦୦୨ ଗୁଜୁରାଟ ଦଙ୍ଗା ସମ୍ପର୍କରେ ସୁପ୍ରିମକୋର୍ଟ ମଧ୍ୟ ଏକ କମିଟି ଗଠନ କରିଥିଲେ ଯେଉଁଥିରେ ଜଣାପଡିଛି ଯେ ଏହି ଦଙ୍ଗାରେ ନରେନ୍ଦ୍ର ମୋଦୀଙ୍କର କୌଣସି ଭୂମିକା ନାହିଁ। ଏହି ପରିପ୍ରେକ୍ଷୀରେ ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇ ସାରିଛନ୍ତି। ଦଙ୍ଗାରେ ମୋଦୀଙ୍କ ସଂପୃକ୍ତି ଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ଗତ ବର୍ଷ ଜୁନ୍ ମାସରେ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଏସଆଇଟି ଦେଇଥିବା କ୍ଲିନ୍ ଚିଟ୍କୁ ସମର୍ଥନ କରିଥିଲେ ଏବଂ ଏ ସଂକ୍ରାନ୍ତରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.