ବିଜେପି କଳାହାଣ୍ଡି ପ୍ରଭାରୀଙ୍କୁ ନର୍ଲାରେ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ଗୁରୁବାର ସକାଳ ୧୧ ଘଣ୍ଟା ସମୟରେ ଭାରତୀୟ ଜନତାପାର୍ଟିର କଳାହାଣ୍ଡି ପ୍ରଭାରୀ ରମେଶ ଚନ୍ଦ୍ର ସାହୁ ନର୍ଲାରେ ଆସି ପହଂଚିବା ପରେ ନର୍ଲା ବିଜେପି ତରଫରୁ ପଛୁଆ ବର୍ଗ ମୋର୍ଚ୍ଚାର ଜିଲ୍ଲା ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ଅଭୟ ନାଏକ, ଜଗମୋହନ ସାହୁ, ସଞ୍ଜୟ ନାଏକ, ଲକ୍ଷ୍ମଣ ଦୀପ, ରାଜ୍ୟପାଳ ନାଏକ, ସୀମାଞ୍ଚଳ ସୁନା ପ୍ରମୁଖ ବିଜେପି କର୍ମୀ ନର୍ଲା ଶିଶୁ ମନ୍ଦିର ଛକ ଠାରେ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଆସନ୍ତା ୨୦୨୪ ରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ତରଫରୁ ଜଣେ ଜଣେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଗୋଟିଏ ଗୋଟିଏ ଜିଲ୍ଲାର ପ୍ରଭାରୀ ଭାବରେ ସାଙ୍ଗଠାନିକ ଦାଇତ୍ୱ ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଭାରୀ ମାନେ ପ୍ରତ୍ୟେକ ମଣ୍ଡଳ, ଜିଲ୍ଲା ପରିଷଦ ଜୋନ ଓ ନିର୍ବାଚନ ମଣ୍ଡଳୀ ଅନୁ୍ୟାୟୀ ସାଙ୍ଗଠାନିକ ବ୍ୟବସ୍ଥା ବୈଠକ ମାନ କରି ଦଳୀୟ ସାଙ୍ଗଠାନିକ ସ୍ଥିତିକୁ ସୁଦୃଢ କରିବାରେ ସହାୟକ ହେବେ ଏବଂ ଆଗାମୀ ନିର୍ବାଚନ ପରିଚାଳନା କରିବେ ବୋଲି ଜଣାପଡିଛି । ଆଜି ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ପ୍ରଭାରୀଙ୍କ ମ.ରାମପୁର ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ସେ ନର୍ଲା ଦେଇ ମ.ରାମପୁର ଯିବା ସମୟରେ ତାଙ୍କୁ ନର୍ଲା ବିଜେପି ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରା୍ାଇଥିବା ବୋଲି କର୍ମୀ ମାନଙ୍କ ସୂତ୍ରରୁ ଜଣାପଡିଛି । ଆସନ୍ତା କାଲି ଶୁକ୍ରବାର ନର୍ଲା ଗସ୍ତ କରିବେ ବିଜେପିର ବରିଷ୍ଠ ସଦସ୍ୟ ତଥା ପୁର୍ବତନ ମନ୍ତ୍ରୀ ମନମୋହନ ସାମଲ ବୋଲି ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.