ତପସ୍ୟା ଫାଉଣ୍ଡେସନ୍‌ ପକ୍ଷରୁ ସାହିତ୍ୟ ପୁରସ୍କାର ସମାରୋହ

ସୃ୍ଜନ ଓ ପରିବେଶ ପରିପୂରକ -ଦାମୋଦର ଖଡ୍‌ସେ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ସାହିତ୍ୟ ଓ ପରିବେଶ ପରିପୁରକ। ସାହିତ୍ୟିକାର ନିଜର ସୃଜନ ମାଧ୍ୟମରରେ ପ୍ରକୃତି ପ୍ରତି କରୁଣା ସୃଷ୍ଟି କରିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ମରାଠୀ କଥାଶିଳ୍ପୀ ଦାମୋଦର ଖଡ୍‌ସେ। ତପସ୍ୟା ଫାଉଣ୍ଡସନ୍‌ ପକ୍ଷରୁ ବାର୍ଷିକ ପୁରସ୍କାର ସମାରୋହ ସ୍ଥାନୀୟ ଶୀତଳ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ଖଡ୍‌ସେ ଭାରତୀୟ ସାହିତ୍ୟର ଅସୁମାର କାହାଣୀ ଓ କବିତାର ଉଦାହରଣ ଦେଇ ଗଛ, ମାଟି, ନଦ ଓ ପରିବେଶର ଅବକ୍ଷୟ ବନ୍ଦ କରିବାରେ ଲେଖକଙ୍କର କ୍ଷୋଭ ଓ ଅବଦାନକୁ ଚମତ୍କାର ଢଙ୍ଗରେ ବଖାଣିଥିଲେ। ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସ ‘ସାହିତ୍ୟ: ପ୍ରେମ, କରୁଣା ଓ ତ୍ୟାଗ’ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଯଯାତି ଓ ଦେବଯାନୀ ଭଳି ବହୁ ପୌରାଣିକ କାହାଣୀର ଅବତାରଣା ଠାରୁ ଆରମ୍ଭ କରି ନାଇଟିଙ୍ଗଲ ଓ ରକ୍ତଗୋଲାପର କାହାଣୀ ଅବତାରଣା କରି ବିଶ୍ବ ସାହିତ୍ୟ, ଭାରତୀୟ ସାହିତ୍ୟ ଓ ଓଡ଼ିଆ ସାହିତ୍ୟରେ କରୁଣା, ପ୍ରେମ ଓ ତ୍ୟାଗର ପରାକାଷ୍ଠା ବର୍ଣନାରେ ଶ୍ରୋତାମଣ୍ଡଳୀକୁ ଅଭିଭୂତ କରିଥିଲେ ଶ୍ରୀ ଦାସ। ଉତ୍ସବରେ ତପସ୍ୟା ଫାଉଣ୍ଡସନ୍‌ ପକ୍ଷରୁ ବାର୍ଷିକ ପୁରସ୍କାର ସମାରୋହ ସ୍ଥାନୀୟ ଶୀତଳ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ୨୦୨୧ ମସିହା ନିମନ୍ତେ ବରିଷ୍ଠ କଥାଶିଳ୍ପୀ ଅଚ୍ୟୁତାନନ୍ଦ ପତିଙ୍କୁ ତାଙ୍କର ସାମଗ୍ରିକ ସାହିତ୍ୟ ସାଧନା ନିମନ୍ତେ ତପସ୍ୟା ଶାଶ୍ବତ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ଶ୍ରୀ ପତିଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା। ଅନୁରୂପ ଭାବେ ନଦୀ ଗବେଷଣା ପାଇଁ ରଂଜନ ପ୍ରଧାନଙ୍କୁ ତପସ୍ୟା ସୃଜନ ପୁରସ୍କାର ୨୦୨୧ ବାବଦରେ ୩୦ହଜାର ଟଙ୍କା ଓ ଯୁବ କବି ପରମବୀର ଚକ୍ରଙ୍କୁ ତପସ୍ୟା ସମ୍ଭାବନା ପୁରସ୍କାର ୨୦୨୧ ବାବଦରେ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏ ଅବସରରେ ପେନ୍‌ ଇନ୍‌ ବୁକ୍ସ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ ରଂଜନ ପ୍ରଧାନଙ୍କ ନଦୀ ଗବେଷଣା ପୁସ୍ତକ ‘ଓଡ଼ିଶାର ନଦନଦୀ’ ଓ ପରମବୀର ଚକ୍ରଙ୍କ କବିତା ସଂକଳନ ‘ପଥ ବହୁ ଦୂର’ ଉନ୍ମୋଚିତ ହୋଇଥିଲା। ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଫାଉଣ୍ଡେସନ୍‌‌ର ଅଧ୍ୟକ୍ଷ ତଥା କଥାଶିଳ୍ପୀ ଓ କବି ତପନ କୁମାର ପଣ୍ଡା। କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଫାଉଣ୍ଡେସନ୍‌ର ପରିଚାଳନା ଟ୍ରଷ୍ଟ ଅଧ୍ୟାପିକା ଜୁଲି ମିଶ୍ର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.