ଘରୋଇ ଟିଭି ଚ୍ୟାନେଲର ଲୋକସେବା କାର୍ଯ୍ୟକ୍ରମ ପାଇଁ ଜାରି ହେଲା ଗାଇଡଲାଇନ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତରେ ଟେଲିଭିଜନ ଚାନେଲର ଅପଲିଙ୍କିଙ୍ଗ ଓ ଡାଉନଲିଙ୍କିଙ୍ଗ ପାଇଁ ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହି ମାର୍ଗଦର୍ଶିକା ସହିତ ଅନ୍ୟାନ୍ୟ ନିୟମ ରହିଛି ଯାହାକୁ ପାଳନ କରିବା ଲାଗି ଘରୋଇ ଟିଭି ଚାନେଲମାନେ ଉତ୍ତରଦାୟୀ ରହିବେ । ଭାରତରେ କାର୍ଯ୍ୟ କରୁଥିବା ଘରୋଇ ପ୍ରସାରଣକାରୀମାନେ ସବୁଦିନ ଅତିକମରେ ୩୦ ମିନିଟ୍‌ ପାଇଁ ଲୋକ ସେବା କାର୍ଯ୍ୟକ୍ରମ ପ୍ରସାରଣ କରିବେ ବୋଲି ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଏ ଦିଗରେ, ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ସାଟେଲାଇଟ୍‌ ଟିଭି ଚାନେଲ ପ୍ରସାରଣକାରୀ ଓ ସେମାନଙ୍କ ସଂଘଗୁଡ଼ିକ ସହିତ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ସେମାନଙ୍କ ଠାରୁ ମିଳିଥିବା ପରାମର୍ଶ ଆଧାରରେ ୩୦.୦୧.୨୦୨୩ରେ ‘‘ମାର୍ଗଦର୍ଶିକା’’ ଜାରି କରାଯାଇଛି। ଏହି ‘‘ମାର୍ଗଦର୍ଶିକା’’ ମାଧ୍ୟମରେ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପ୍ରସାରଣ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକରେ ସନ୍ନିହିତ ପ୍ରାସଙ୍ଗିକ ବିଷୟକୁ ଲୋକ ସେବା ପ୍ରସାରଣ ଭାବେ ଗ୍ରହଣ କରାଯାଇ ପାରିବ । ଆହୁରି ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଏପରି କାର୍ଯ୍ୟକ୍ରମ ଲଗାତାର ୩୦ ମିନିଟ୍‌ ପର୍ଯ୍ୟନ୍ତ ପ୍ରସାରିତ ହେବ ନାହିଁ ଏବଂ ଏହାକୁ ଅଳ୍ପ ଅବଧି ପାଇଁ ଭିନ୍ନ ଭିନ୍ନ ସମୟରେ ପ୍ରସାରଣ କରାଯିବ। ଏହାସହିତ ପ୍ରସାରଣକାରୀମାନେ ବ୍ରଡକାଷ୍ଟ ସେବା ପୋର୍ଟାଲରେ ଅନଲାଇନ ମାସିକ ରିପୋର୍ଟ ଦାଖଲ କରିବେ । ପ୍ରସାରଣର ବିଷୟବସ୍ତୁରେ ଜାତୀୟ ଗୁରୁତ୍ୱ ଏବଂ ସାମାଜିକ ପ୍ରାସଙ୍ଗିକତା ଥିବା ଉପାଦାନ ସାମିଲ ହେବା ଉଚିତ୍‌, ନିମ୍ନ ବିଷୟଗୁଡ଼ିକ ମଧ୍ୟ ଏଥିରେ ଅନ୍ତର୍ଭୂକ୍ତ ରହିବ :

Omkar Vasthu
Omkar Vasthu
  1. ଶିକ୍ଷା ଓ ସାକ୍ଷରତାର ପ୍ରସାର;
  2. କୃଷି ଏବଂ ଗ୍ରାମୀଣ ବିକାଶ;
  3. ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ;
  1. ବିଜ୍ଞାନ ଓ ପ୍ରଯୁକ୍ତି;
  2. ମହିଳାଙ୍କ କଲ୍ୟାଣ;
  3. ସମାଜର ଦୁର୍ବଳ ବର୍ଗଙ୍କ ବିକାଶ;
  4. ପରିବେଶ ସୁରକ୍ଷା ଏବଂ ସାଂସ୍କୃତିକ ଐତିହ୍ୟ; ଏବଂ
  5. ରାଷ୍ଟ୍ରୀୟ ଏକତା

ସ୍ବେଚ୍ଛାକୃତ ଅନୁପାଳନ ଏବଂ ସ୍ବ-ପ୍ରମାଣନ ଜରିଆରେ ଘରୋଇ ସାଟେଲାଇଟ୍‌ ଟିଭି ଚାନେଲଗୁଡ଼ିକ ଦ୍ବାରା ଲୋକ ସେବା ପ୍ରସାରଣ ଲକ୍ଷ୍ୟ ହାସଲ କରିବା ଏହି ‘‘ମାର୍ଗଦର୍ଶିକା’’ର ଉଦ୍ଦେଶ୍ୟ। ସେହି ‘‘ମାର୍ଗଦର୍ଶିକା’’ର ଏକ କପି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୱେବସାଇଟ୍‌ରେ ଉପଲବ୍ଧ ରହିଛି ଯାହାର ଲିଙ୍କ ନିମ୍ନରେ ଦିଆଗଲା :

Pearl dental clinic
Near Ashish Medical Store, Bhawanipatna

https://mib.gov.in/sites/default/files/Advisory%20on%20Obligation%20of%20PSB_1.pdf

Udyog Nursery
Udyogi Nursery

ବ୍ରଡକାଷ୍ଟ ସେବା ପୋର୍ଟାଲରେ ମଧ୍ୟ ଏହା ଉପଲବ୍ଧ।

https://new.broadcastseva.gov.in/digigov-portal-web-app/Upload?flag=iframeAttachView&attachId=140703942&whatsnew=true

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.