ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୁକ୍ତ ୨ ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ସମସ୍ତ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼. ବିଭୂତି ଭୂଷଣ ଆଚାର୍ଯ୍ୟ, ଶୈକ୍ଷିକ ପରାମର୍ଶ ଦାତା ତଥା ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ତେଜେଶ୍ଵର ନାୟକ, ପ୍ରମୁଖ ଉପସ୍ଥିତ ରହି ଶହୀଦ ଦିବସର ମହତ୍ୱ ସମ୍ପର୍କରେ ବୁଝାଇଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ସି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.