ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଆଜି ସକାଳ ସାଢେ ୬ଟା ସମୟରେ ବାଳିକାମାନଙ୍କ ନିମନ୍ତେ ଉଦ୍ଧିଷ୍ଠ ‘ଆତ୍ମ ସୁରକ୍ଷା ତାଲିମ’ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି । ଓଡିଶା ସରକାରଙ୍କ ଦ୍ୱାରା ଅର୍ଥ ମଂଜୁରୀ ପ୍ରାପ୍ତ ଏହି କାର୍ଯ୍ୟକ୍ରମଟି । ଏଥିରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା, ବିଜ୍ଞନ ଓ ବାଣିଜ୍ୟ ବିଭାଗର ପ୍ରାୟ ୧୦୦ରୁ ଉର୍ଦ୍ଧ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉକ୍ତ ଉତ୍ସବରେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ପ୍ରସନ୍ନ କୁମାର ଗନ୍ତାୟତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବାଣିଜ୍ୟ ବିଭାଗର ଅଧ୍ୟାପିକା ମୋନାଲିସା ପାଣିଗ୍ରାହୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ପାଣିଗ୍ରାହୀ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ମହତ୍ୱ ସଂପର୍କରେ ବୁଝାଇଥିଲେ । ମହାବିଦ୍ୟାଳୟର ପୂର୍ବତନ ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ ଅଧ୍ୟକ୍ଷ ଡଃ.କେ. ସଲବା ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବାଣିଜ୍ୟ ବିଭାଗର ଅଧ୍ୟାପକ କେଶବ କୁମାର ଜାନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏହି ତାଲିମ ପାଇଁ କିଛି ଜଣ ମାଷ୍ଟର ଟ୍ରେନର ନିୟୋଜିତ ହୋଇଛନ୍ତି ଯେଉଁ ମାନେ ପରବର୍ତୀ ସମୟରେ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମ ପ୍ରଦାନ କରିବେ ବୋଲି ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଚଳିତ ମାସର ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଏହି ତାଲିମ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଗନ୍ତାୟତ ପ୍ରକାଶ କରିଛନ୍ତି ।