କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଠାରେ ଷୋହଳ ପ୍ରହର ହରେକୃଷ୍ଣ ଅଖଣ୍ଡ ନାମଯଜ୍ଞ ପାଇଁ ଗୁରୁବାର କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଛି। କଳସ ଯାତ୍ରାରେ ଶତାଧିକ ମହିଳା ଓ କୁନି କୁନି ଝିଅ ମାନେ ସାମିଲ ହୋଇ ପୂଜାର୍ଚ୍ଚନା ପରେ ସାନବନ୍ଧରୁ କଳସ ମାନଙ୍କରେ ଶୁଦ୍ଧଜଳ ଭର୍ତ୍ତି କରି ଗାଁ ପରିକ୍ରମା କରି ସାରିବା ପରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଘଣ୍ଟ, ଶଙ୍ଖ କୀର୍ତ୍ତନ ଏବଂ ହୁଳହୁଳି ର ନାଦେ କମ୍ପି ଉଠିଥିଲା ଗାଁ ପରିବେଶ। ଏହି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଶୁକ୍ରବାର ସକାଳୁ ଆରମ୍ଭ ହୋଇ  ରବିବାର ସମାପନ ହେବା କାର୍ଯ୍ୟସୂଚୀ ରହିଛି । ଏହି ଅଖଣ୍ଡ ନାମଯଜ୍ଞରେ କର୍ତ୍ତା ଭାବରେ ଘେନୁ ପ୍ରସାଦ ବେହେରା ଓ ତାଙ୍କ ଧର୍ମପତ୍ନୀ ନୃପତି ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂଜକ ଭାବେ ତ୍ରାହିକର ମିଶ୍ର ରହିଛନ୍ତି। ନାମଯଜ୍ଞ କମିଟି ର ସଭାପତି ମହେନ୍ଦ୍ର ବେହେରା, ସମ୍ପାଦକ ସୁଶୀଲ କୁମାର ଶବର, କୋଷାଧ୍ୟକ୍ଷ ଲିଙ୍ଗରାଜ ବେହେରା, ବଂଶୀଧର ବେହେରା, ଭୂପେନ୍ଦ୍ର ବେହେରା, ପିତାମ୍ବର ପୂଝାରୀ, ରୁଦ୍ର ପ୍ରଧାନୀ, ବନମାଳୀ ଶବର, ତୀର୍ଥରାଜ ପ୍ରଧାନୀ, ମଙ୍ଗରାଜ ବେହେରା, ମିତ୍ରଭାନୁ ବେହେରା, ବିଦ୍ୟାଧର କାଣ୍ଡ, ଖଗେଶ୍ୱର ବେମାଲ ସମେତ ଗ୍ରାମବାସୀ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.