ବାଲ୍ୟ ବିବାହ ରୋକିବାକୁ ଚଢାଉ ଜାରି; ୧୮୦୦ରୁ ଅଧିକ ଗିରଫ  

ଓଡ଼ିଆ ବାର୍ତ୍ତା/ ଦିଶପୁର: ରାଜ୍ୟରେ ବାଲ୍ୟ ବିବାହକୁ ରୋକିବାକୁ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି ଆସାମ ସରକାର। ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ଆଜି ୧୮୦୦ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା।

Omkar Vasthu
Omkar Vasthu

ଏନେଇ ସେ କହିଛନ୍ତି “ ବାଲ୍ୟ ବିବାହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ବର୍ତ୍ତମାନ ସୁଧା ରାଜ୍ୟବ୍ୟାପୀ ଗିରଫଦାରି ଜାରି ରହିଛି। ବର୍ତ୍ତମାନ ସୁଧା ୧୮୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇ ସାରିଲଣି।” ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ହିମନ୍ତ ବିଶ୍ୱ ଶର୍ମା। ବାଲ୍ୟ ବିବାହ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ଶର୍ମା କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏନେଇ ମନ୍ତ୍ରୀ କହିଛନ୍ତି “ ମହିଳାଙ୍କ ବିରୋଧରେ ହେଉଥିବା ଏଭଳି ଘୃଣ୍ୟ ଅପରାଧ ପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣାଇଭାକୁ ମୁଁ ଆସାମ ପୁଲିସକୁ ନିର୍ଦ୍ଦେଶ ଦେଇଛି।”

Udyog Nursery
Udyogi Nursery

ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁ ପୁରୁଷମାନେ ନାବାଳିକାଙ୍କୁ ବିବାହ କରିଛନ୍ତି ସେମାନଙ୍କୁ ଗିରଫ କରାଯିବ। ହଜାର ହଜାର ପୁରୁଷ ଗିରଫ ହେବେ ବୋଲି ଗୁରୁବାର ନାଗାଓଁ ଜିଲ୍ଲାର ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୂଚନା ଥାଉକି ଜାନୁଆରୀ ମାସ ଠାରୁ ଆସାମ ସରକାର ବାଲ୍ୟା ବିବାହ ମୁଳପୋଚ୍ କରିବାକୁ ଅଭିଯାନ ଆରମ୍ଭ କରିଦେଇଛନ୍ତି।

ଆସାମର ନାଗାଓଁ ଭଳି ଅନ୍ୟ କେତେକ ଜିଲ୍ଲାରେ ବାଲ୍ୟ ବିବାହ ସଂଖ୍ୟା ଅଧିକ ରହିଛି। ଏହିସବୁ ଜିଲ୍ଲାଗୁଡ଼ିକରେ ୪୮ ପ୍ରତିଶତ ବାଲ୍ୟ ବିବାହ ହୋଇଥିବା ବେଳେ ୧୫ ପ୍ରତିଶତ ମହିଳା ୧୮ ପୂର୍ବରୁ ପିଲା ଜନ୍ମ ଦେଇଛନ୍ତି ବୋଲି ଏକ ତଥ୍ୟରୁ ଖୁଲାସା ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.