ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର୩୨ ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ୩୨ତମ ବାର୍ଷିକ ଉତ୍ସବ ଅବିଭାବକ, ଛାତ୍ରଛାତ୍ରୀ ଓ ଦର୍ଶକ ଓ ଗୁରୁଜୀ ଗୁରୁମାମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସମିତିର ସଭାନେତ୍ରୀ ବନୀତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପଶ୍ଚିମାଞ୍ଚଳ ସହ ବୌଧିକ ପ୍ରମୁଖ ଅରୁଣ ନାଏକ, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଯୋଗଦାନ କରି ନିଜର ସନ୍ତାନ ମାନଙ୍କୁ ସଂସ୍କାର ଦେଇ ଗଢି ତୋଳିବା ପାଇଁ ପ୍ରତ୍ୟେକ ଅବିଭାବକ ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ ବୋଲି ମାର୍ଗଦର୍ଶନ ଦେଇଥିଲେ।

ନର୍ଲା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ସୁମନ୍ତ ପୁଝାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ମିଶ୍ର ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିବା ବେଳେ, ଅନୁଷ୍ଠାନର ପ୍ରଧାନ ଗୁରୁଜୀ ଶ୍ରୀ ନାଏକ ବିବରଣୀ ପଠନ କରିଥିଲେ। ଇତ୍ୟବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ତମ ଛାତ୍ର ଭାବରେ ଅଷ୍ଟମ ଶ୍ରେଣୀର ଛାତ୍ର ଦୁଖୀଶ୍ୟାମ ହଂସଙ୍କୁ ପୁରସ୍କୃତ କରାଯାଇଥିଲା। ଅତିଥି ମାନଙ୍କ କର କମଳରେ ବିଦ୍ୟାଳୟ ର ବାର୍ଷିକ ପ୍ରାଚୀର ପତ୍ରିକା କମଳ କଳିକା ଉନ୍ମୋଚିତ ହୋଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.