ଜବାନ ଫିଜିକାଲ ଏକାଡେମୀ କୋଚିଂ ସେଣ୍ଟରର ୫ ଛାତ୍ର ଅଗ୍ନିବୀରରେ ସଫଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜବାନ ଫିଜିକାଲ ଏକାଡେମୀ କୋଚିଂ ସେଣ୍ଟରର ପାଞ୍ଚଜଣ ଛାତ୍ର ଅଗ୍ନିବୀରରେ ସଫଳ ହୋଇଥିବା ଜଣାପଡିଛି। ସୈନ୍ୟବାହିନୀରେ ଏକ ନିର୍ଦ୍ଧିଷ୍ଟ ସମୟ ଅବଧି ପାଇଁ ନିଯୁକ୍ତି ନିମନ୍ତେ ଅଗ୍ନୀବୀର ପଦବୀ ରହିଛି । ସେଥିରେ ପ୍ରଥମ ଥର ପାଇଁ କଳାହାଣ୍ଡିର ଜବାନ କୋଚିଂ ସେଣ୍ଟରରେ ତାଲିମ ନେଉଥିବା ଯୁବକମାନେ ସଫଳତା ଅର୍ଜନ କରିଛନ୍ତି। ସେମାନେ ହେଲେ ଚୈତନ୍ୟ ମାଝୀ, ଟୁକୁରାମ ଶବର, ସୁମନ୍ତ ନାଗ, ପିଣ୍ଟୁ ଶବର ଓ କୁନାଲ ପରିମଲ। ଉକ୍ତ କୋଚିଂ ସେଣ୍ଟରରେ ଫିଜିକାଲ ଟିଚର ପୂର୍ବତନ ସୈନିକ ଭୁପିନ୍ଦ୍ର ନାଏକ ଓ ଜହ୍ନସନ ମାଝୀ, ରିଟିଂନ ଟିଚର ପ୍ରଫୁଲ୍ଲ ଗଉଡ଼, ସାଧାରଣ ଜ୍ଞାନ ଶିକ୍ଷକ ସାହିଲ ବୋଡ଼କିଆ ପ୍ରମୁଖ ଦାୟିତ୍ୱ ନେଇଛନ୍ତି।ପୂର୍ବରୁ ପ୍ରଥମ ବେଚରେ ଏସ.ଏସ.ସି.ଜିଡିରେ ୬ ଜଣ ସଫଳତା ଅର୍ଜ୍ଜନ କରିସାରିଛନ୍ତି। ବର୍ତ୍ତମାନ ମଧ୍ୟ ୬୦ରୁ ଉର୍ଦ୍ଧ୍ବ ଛାତ୍ର ଉକ୍ତ କୋଚିଂ ସେଣ୍ଟରରେ ଶିକ୍ଷା ଅର୍ଜ୍ଜନ କରୁଛନ୍ତି। ଏବେ ମଧ୍ୟ ଓଡ଼ିଶା ପୋଲିସ, ସି.ଆଇ.ଏସ.ଏଫ ତଥା ସମସ୍ତ ପ୍ରକାର କୋଚିଂ ଚାଲିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.