ବେନଗାଁ ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବେନଗାଁ ଖେଳପଡ଼ିଆ ଠାରେ ଆଜି ପଞ୍ଚାୟତ ସ୍ତରୀୟ ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଚଣାଲିମା ଓ ମୁନିଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମୁନିଗୁଡା ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ କରି ୧୨ଓଭରେ ୮ ୱାୟିକେଟ ହରାଇ ୯୮ ରନ କରିଥିବା ବେଳେ ଚଣାଲିମା ୧୦ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ ୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେନଗାଁ ସରପଞ୍ଚ ପୁରାଣା ମାଝୀ, ସମାଜସେବୀ ଦିଲ୍ଲୀପ ନାଏକ ମୂଷାନାଲ ପଞ୍ଚାୟତ ସମିତି ସଭ୍ୟ ବେଣୁ ବାଗ ପୂର୍ବତନ ସରପଞ୍ଚ ପାଲସି ମାଝୀ, ସଞ୍ଜିବ ସାହୁ ପ୍ରମୁଖ ଯୋଗଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ରେ ଅମ୍ପାୟାର ଭାବେ ପ୍ରଭାକର ଦୋରା ଓ ମୁଖେଶ ସାହୁ ଦାୟିତ୍ବ ତୁଲାଇ ଥିବା ବେଳେ ବେଣୁ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ସ୍କୋର ବୋର୍ଡ ଦାୟିତ୍ୱ ଜିରାଣା ମାଝୀ, କାନୁ ସାହୁ ଦାଇତ୍ୱ ତୁଲାଇ ଥିଲେ । ମାଁ ଭୈରବୀ କ୍ରିକେଟ୍ କ୍ଲବ ତରଫରୁ ଶୁଭମ ଖରା, ମଳୟରଞ୍ଜନ ବେହେରା, ଶନି, କପିଳ ଦୋରା ମିଳନ ସାହୁ, ବଳିଆ ସାହୁ, ଚିରଞ୍ଜିବି ଦୋର ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ପ୍ରମୁଖ ଭୂମିକା ତୁଲାଉଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.