ବରକୁ ନେଇ ଛୁ ମାରିଲା ଘୋଡ଼ା……

ଓଡ଼ିଆ ବାର୍ତ୍ତା/ ଅଜମର : ବିବାହକୁ ନେଇ ସମସ୍ତେ ବହୁତ ଉତ୍ସୁକ ରହିଥାଆନ୍ତି  । ବିବାହକୁ ଅପେକ୍ଷା କରି ରହିଥିବା ବେଳେ ନିଜ ବିବାହକୁ କିପରି ସ୍ପେଶିଆଲ କରିବେ ସେନେଇ ବହୁତ୍‌ ତତ୍ପର ରହିଥାଆନ୍ତି  । ଆଉ ନିଜ ବିବାହ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ  ସମସ୍ତ ପ୍ରସ୍ତୁତି କରିଥାଆନ୍ତି  । ଏହି ଆକର୍ଷଣୀୟ କରିବା ଲକ୍ଷ୍ୟରେ ଜଣେ ବର ହଟ ହଟା ହେବାର ଦୃଶ୍ୟ ଦେଖିବାକୁ ମିଳିଛି  ।  ଯାହା ବିବାହ ଉତ୍ସବରେ ଆଲୋଡ଼ନ ସୃଷ୍ଟି କରିଛି ।

Omkar Vasthu
Omkar Vasthu

ତେବେ ନିକଟରେ ବରଯାତ୍ରୀଙ୍କର ନାଚଗୀତ ସାଙ୍ଗକୁ ବାଜା ରୋସଣି ଓ ଆତସବାଜି ପରିବେଶକୁ ଉତ୍ସବମୟ କରିଦେଇଥିଲା। ଅଶ୍ବାରୋହଣ କରି ବରଟିଏ କନ୍ୟାଘର ପାଖରେ ପହଞ୍ଚୁଛି । ହେଲେ ବାଜା ରୋସଣି ବାଣଫୁଟା ଶବ୍ଦରେ ଭୟଭୀତ ହୋଇ ଘୋଡ଼ାଟି ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଲାଗିଛି । ବରଟି ମଧ୍ୟ ଉପାୟ ଶୂନ୍ୟ ହୋଇ ଘୋଡ଼ାଟିକୁ ଜାବୁଡ଼ି ବସି ରହିଛି । ଶେଷରେ ବରଯାତ୍ରୀମାନେ ଘୋଡ଼ା ପଛରେ ବାଇକ୍‌ ଓ କାର୍‌ରେ ଦୀର୍ଘ ୪ କି.ମି.  ଗୋଡ଼େଇ ଗୋଡ଼େଇ ବରକୁ ଉଦ୍ଧାର କରିଛନ୍ତି। ତେବେ ଏଭଳି ଘଟଣା ରାଜସ୍ଥାନର ଅଜମର ଅଞ୍ଚଳର ରାମପୁର ଗାଁରେ ଘଟିଛି । ଏଭଳି ଘଟଣା ସାରା ଅଜମରରେ ଚର୍ଚ୍ଚାର ବିଷୟ ପାଲଟିଛି  ।

Pearl dental clinic
Near Ashish Medical Store, Bhawanipatna

ସୁରକ୍ଷିତ ଭାବେ ବରକୁ ଉଦ୍ଧାର କରାଯାଇଥିବା ବେଳେ ‘ବରର ବିଦାୟ’ ଶୀର୍ଷକ ଏହି ଭିଡିଓଟି ଅପ୍‌ଲୋଡ୍‌ ହେବା ପରେ ୨୯ ଲକ୍ଷରୁ ଅଧିକ ତାହାକୁ ଦେଖିବା ସହ ନାନା ମଜାଦାର କମେଣ୍ଟ ଦେଇଛନ୍ତି ୟୁଜର୍ସ । କେହି କେହି  ‘ଯୁଦ୍ଧ ପାଇଁ ରାଜା ସାହେବ ବାହାରିଗଲେ’ ବୋଲି ଲେଖିଥିବା ବେଳେ ଆଉ କିଏ ‘ବାଣ ଖାଲି ବାହାନା, ବରର ବାହାହେବାକୁ ଇଚ୍ଛା ନଥିଲା’ ବୋଲି ମଧ୍ୟ ବ୍ୟଙ୍ଗାତ୍ମକ କମେଣ୍ଟ କରିଛନ୍ତି।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.