ମହିଳା ଟି-୨୦ ବିଶ୍ୱକପ୍‌: ଆୟରଲାଣ୍ଡକୁ ୫ ରନ୍‌ରେ ହରାଇ ସେମିଫାଇନାଲ୍‌ରେ ପହଞ୍ଚିଲା ଭାରତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍‌ରେ ସୋମବାର ଆୟରଲାଣ୍ଡ ୫ ରନ୍‌ରେ ପରାସ୍ତ କରିଛି ଭାରତ। ଡିଏଲ୍ ମେଥଡ୍‌ରେ ମାତ୍ର ୫ ରନ୍‌ରେ ହାରିଛି ଆୟରଲାଣ୍ଡ। ଦକ୍ଷିଣ ଆଫ୍ରିକାର ଏସ୍‌.ଟି ଜର୍ଜ ପାର୍କରେ ଏହି ମ୍ୟାଚ୍ ଖେଳାଯାଉଥିଲା। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି  ୧୫୫ ରନ୍ କରିଥିଲା। ୧୫୬ ରନ୍ ଟାର୍ଗେଟ୍ ନେଇ ପଡ଼ିଆ ଓହ୍ଲାଇଥିବା ଆୟରଲାଣ୍ଡ ୮.୨ ଓଭରରେ ୨ ୱିକେଟ୍ ହରାଇ ୫୪ ରନ୍ କରି ୨ ୱିକେଟ୍ ହରାଇଥିଲା। ଏହାପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଦୀର୍ଘ ସମୟ ବର୍ଷା ନ ଛାଡ଼ିବାରୁ ଶେଷରେ ମ୍ୟାଚ୍‌ ରଦ୍ଦ କରାଯାଇଥିଲା। ଏହାପରେ ଡିଏଲ୍‌ ମେଥଡ୍‌ରେ ଭାରତକୁ ବିଜୟୀ ଘୋଷଣା କରାଯାଇଛି। ଏହି ବିଜୟ ସହ ଭାରତ ସେମିଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରେ ଭାରତ ସେମିଫାଇନାଲକୁ ଯାଇଛି।

Omkar Vasthu
Omkar Vasthu

ଆୟରଲାଣ୍ଡ ପକ୍ଷରୁ ଆମି ହଣ୍ଟର ୧ କରି ରନ୍‌ ଆଉଟ୍ ହୋଇଥିବା ବେଳେ ଓର୍ଲା ପ୍ରିଣ୍ଡରଗାଷ୍ଟ ଖାତା ଖୋଲି ନପାରି ପ୍ୟାଭିଲିୟନ ଫେରିଯାଇଥିଲେ। ଦଳ ପକ୍ଷରୁ ଗେବି ଲୁଇସ ସର୍ବାଧିକ ୩୨ ରନ୍ କରି ବ୍ୟାଟିଂ ଜାରି ରଖିଥିବା ବେଳେ ବର୍ଷା ହୋଇଥିଲା।ଭାରତୀୟ ଟିମ୍ ପକ୍ଷରୁ କେବଳ ରେଣୁକା ସିଂହ ଠାକୁର ଗୋଟିଏ ମାତ୍ର ୱିକେଟ୍ ନେବାରେ ସଫଳ ହୋଇଥିଲେ।

Pearl dental clinic
Near Ashish Medical Store, Bhawanipatna

ତେବେ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଟି-୨୦ କ୍ୟାରିୟରରେ ଆଜି ତାଙ୍କର ସର୍ବାଧିକ ୮୭ ରନ୍ କରିଥିଲେ। ମନ୍ଧନାଙ୍କ ବ୍ୟାଟିଂ ବଳରେ ଭାରତ ୧୫୫ ରନ୍‌ର ସମ୍ମାନୀୟ ସ୍କୋର କରିପାରିଥିଲା। ତାଙ୍କ ପଛକୁ ଶେଫାଳୀ ବର୍ମା ୨୭ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ୨୦ ଅଙ୍କ ଛୁଇଁପାରି ନଥିଲେ। କ୍ୟାପ୍ଟେନ୍ ହରମନପ୍ରୀତ କୌର ମାତ୍ର ୧୩ ରନ୍, ଜେମିମା(୧୯) ଓ ଦୀପ୍ତୀ ଶର୍ମା ଖାତା ଖୋଲିପାରି ନଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୧୫୫ ରନ୍ କରିଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.