ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): କଳାହାଣ୍ଡି ଏକ ଜନଜାତି ବହୁଳ ଜିଲ୍ଲା। ତେଣୁ ସେମାନଙ୍କର ସଂସ୍କୃତି ଓ ପରମ୍ପରା ବିଷୟରେ ଛାତ୍ରଛାତ୍ରୀ ଜାଣିବା ନିହାତି ଜରୁରୀ। ଏ ଦିଗରେ ଜନଜାତି ସାଧନକେନ୍ଦ୍ର ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ଅତିଥିମାନେ ସମଗ୍ର ଶିକ୍ଷା ପକ୍ଷରୁ ସ୍ଥାପିତ ଜନଜାତି ସାଧନ କେନ୍ଦ୍ରଠାରେ କେନ୍ଦ୍ରର ଦ୍ଵିତୀୟ ପ୍ରତିଷ୍ଠା ଦିବସରେ ମତବ୍ୟକ୍ତ କରିଥିଲେ। ଏଥିର ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳସଚିବ ପିତାମ୍ବର ଭୋଇ, ସମ୍ମାନୀତ ଅତିଥି ଭବାନୀପାଟଣା ବିଇଓ ସୁନନ୍ଦା ପଣ୍ଡା, ଏବିଇଓ ହୃଷିକେଶ ନାଏକ, ବିଶିଷ୍ଟ ସାହିତ୍ୟିକ ଦାଶରଥି ଆଚାର୍ଯ୍ୟ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କେନ୍ଦ୍ରର ଗାଇଡ଼ ଡିଲେଶ୍ୱର ରଣା। ଏଥିରେ ମଝିପଡା ସିଆରସିସି ପ୍ରଫୁଲ୍ଲ କୁମାର ଠାକୁର, ଅଟ୍ଟାଙ୍ଗଗୁଡା ସିଆରସିସି ବିଜୟ ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ପଣ୍ଡା, ଉଛଲା ସିଆରସିସି ଅଜିତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଧନ୍ୟବାଦ ଦେଇଥିଲେ କେନ୍ଦ୍ର ଇନଚାର୍ଜ ଯୁଗେଶ୍ୱର ମାଝୀ।