ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ପୁଣି ବିବାହ ବନ୍ଧନରେ ବାନ୍ଧିହେବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ସେ ବାହା ହେବେ । କ୍ୟାପଟେନଙ୍କୁ ବିବାହ କରିବାକୁ ଯାଉଥିବା ଯୁବତୀ ଜଣକ ହେଉଛନ୍ତି ଦେକୋଟ ଗ୍ରାମର ଭବାନୀ ଅଗସ୍ତି ଙ୍କ ଝିଅ ପ୍ରିୟଙ୍କା ଅଗସ୍ତି (ପିନା)। ଏହା ଉଭୟଙ୍କ ଦ୍ଵିତୀୟ ବିବାହ। ଆସନ୍ତା ଫେବୃୟାରୀ ୨୫ରେ ପୁରୀର ଏକ ଶିବ ମନ୍ଦିରରେ ସେମାନେ ବିବାହ କରିବେ ବୋଲି ଜଣା ପଡିଛି । ପ୍ରିୟଙ୍କା ପୂର୍ବରୁ ଧର୍ମଗଡ଼ର ଜଣଙ୍କୁ ବିବାହ କରିଥିଲେ, ୨ବର୍ଷ ତଳେ ଛାଡପତ୍ର ହୋଇଥିଲା । ସେହିପରି କ୍ୟାପଟେନ ମିଶ୍ର ମଧ୍ୟ ଜୟପାଟଣାର ଜଣକୁ ବିବାହ କରିଥିଲେ ପରେ କୌଣସି କାରଣରୁ ଛାଡପତ୍ର ଦେଇଥିଲେ। ଶ୍ରୀ ମିଶ୍ରଙ୍କର ଜଣେ ୧୭-୧୮ ବର୍ଷର ପୁଅ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.