ଏପରି ଏକ ରେଲୱେ ପ୍ଲାଟଫର୍ମ ଯେଉଁଠି ଏକା ସାଙ୍ଗରେ ଅଟକିଥାଏ ୪୪ ଟ୍ରେନ

ଯାତ୍ରୀ ଓ ସାମଗ୍ରୀ ପରିବହନ କ୍ଷେତ୍ରରେ ରେଳପଥ ହେଉଛି ପ୍ରମୁଖ ମାଧ୍ୟମ । କେବଳ ଭାରତ ନୁହେଁ, ରେଳ ହେଉଛି ବିଶ୍ୱର ଅଧିକାଂଶ ଦେଶରେ ଯୋଗାଯୋଗର ସର୍ବୋତ୍ତମ ମାଧ୍ୟମ । ଟ୍ରେନରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଯାତ୍ରା କରନ୍ତି । ସବୁ ବର୍ଗର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ସୁବିଧାଜନକ ଅଟେ । ଯେତେବେଳେ ରେଳବାଇ କଥା ଆସେ, ସେତେବେଳେ ଏହି ପ୍ରଶ୍ନ ପ୍ରାୟତଃ ଲୋକଙ୍କ ମନରେ ଉଙ୍କିମାରେ, ଦୁନିଆର ସବୁଠୁ ଲମ୍ବା ଟ୍ରେନ୍ କିମ୍ବା ଦୁନିଆର ସବୁଠୁ ବଡ ରେଳ ଷ୍ଟେସନ କେଉଁଠାରେ ଏବଂ କେତେ ବଡ? ଆମେରିକାର ନ୍ୟୁୟର୍କ ସିଟିରେ ରହିଛି ବିଶ୍ୱର ସବୁଠୁ ବଡ ରେଳ ଷ୍ଟେସନ । ଯାହାର ନାମ ଗ୍ରାଣ୍ଡ ସେଣ୍ଟ୍ରାଲ ଟର୍ମିନାଲ ରେଳ ଷ୍ଟେସନ । ସର୍ବବୃହତ ରେଳ ଷ୍ଟେସନ ଭାବେ ଏହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । କ୍ଷେତ୍ର ଦୃଷ୍ଟିରୁ ଏହା ବିଶ୍ୱର ସବୁଠୁ ବଡ ରେଳ ଷ୍ଟେସନ ନୁହେଁ, ବରଂ ସର୍ବାଧିକ ସଂଖ୍ୟକ ପ୍ଲାଟଫର୍ମ ଦୃଷ୍ଟିରୁ ଏହା ସବୁଠୁ ବଡ଼ । ଗିନିଜ ୱାର୍ଲ୍ଡ ରେକର୍ଡର ରିପୋର୍ଟ ଅନୁଯାୟୀ, ଏହି ରେଳ ଷ୍ଟେସନ ୧୯୦୩-୧୯୧୩ ମସିହା ମଧ୍ୟରେ ନିର୍ମିତ ହୋଇଥିଲା । ୪୮ ଏକରରେ ନିର୍ମିତ ଏହି ଷ୍ଟେସନରେ ସମୁଦାୟ ୪୪ ଟି ପ୍ଲାଟଫର୍ମ ରହିଛି । ଏଠାରେ ପ୍ରାୟ ୪୪ ଟି ଟ୍ରେନ୍ ଏକାସାଙ୍ଗରେ ଅଟକି ଥାଏ । ଗୋଟିଏ ଦିନରେ ୧.୨୫ ଲକ୍ଷ ଯାତ୍ରୀ ଏଠାରୁ ଯାତ୍ରା କରିଥାନ୍ତି । କେବଳ ଏତିକି ନୁହେଁ, ପ୍ରତ୍ୟେକ ଦିନ ପ୍ରାୟ ୬୬୦ଟି ଟ୍ରେନ୍ ଏହି ଷ୍ଟେସନ ଦେଇ ଯାତାୟତ କରିଥାଏ । ଏହାର ଦୁଇଟି ଭୂତଳ ସ୍ତର ଅଛି । ପ୍ରଥମ ସ୍ତରରେ ୪୧ ଟି ଟ୍ରାକ ଥିବାବେଳେ ଦ୍ୱିତୀୟ ସ୍ତରରେ ୨୬ ଟି ଟ୍ରାକ ଅଛି । ଏଠାରେ ଆଉ ଏକ ଗୁପ୍ତ ପ୍ଲାଟଫର୍ମ ରହିଛି, ଯାହା ଷ୍ଟେସନ ନିକଟରେ ଥିବା ୱାଲଡୋର୍ଡ ଆଷ୍ଟୋରିଆ ହୋଟେଲ ତଳେ ରହିଛି । ଭାରତ ବିଷୟରେ କହିବାକୁ ଗଲେ ପ୍ଲାଟଫର୍ମ ଦୃଷ୍ଟିରୁ ସବୁଠୁ ବଡ ରେଳ ଷ୍ଟେସନ ହେଉଛି ହାୱଡ଼ା ରେଳ ଷ୍ଟେଶନ । ଯେଉଁଠାରେ ସମୁଦାୟ ୨୩ ଟି ପ୍ଲାଟଫର୍ମ ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.