ଦକ୍ଷତା ବିକାଶ, ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ଼ ଗ୍ରାମପଞ୍ଚାୟତ ର ବଲବସପୁର ଗ୍ରାମ ରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟ ରେ ଏବଂ ନେତାଜୀ କ୍ଲବ ବଲବସପୁର ର ସହଯୋଗ ରେ ଦକ୍ଷତା ବିକାଶ ଏବଂ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ର ୮୦ ଜଣ ଯୁବକ ଯୁବତୀ କାର୍ଯ୍ୟକ୍ରମ ରେ ପ୍ରତିଭାଗୀ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ,ମୁଖ୍ୟ ବକ୍ତା ଭାବେ ଆନ୍ତର୍ଜାତିକ ପର୍ବତାରୋହି ଯୋଗାବ୍ୟାସ ଭୋଇ , ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ଏବଂ ଲେଖାପାଳ ଦ୍ଵିତୀୟା ବନଛୋର ପ୍ରମୁଖ ଉପସ୍ଥିତ ଥିଲେ । ରିସୋର୍ସ ପର୍ଶନ ହିସାବରେ କୈବଲ୍ୟ ଏଜୁକେସନ ଫାଉଣ୍ଡେସନ ର ନର୍ଲା ବ୍ଲକ ମ୍ୟାନେଜେର ସୋନି ସିଂ ,ଥୁଆମୂଲ ରାମପୁର ବ୍ଲକର ମ୍ୟାନେଜର ଓଁପ୍ରକାଶ କୁମାର ଏବଂ ରୁପ୍ରରୋଡ ଷ୍ଟେଟ ବ୍ୟାଙ୍କ ଶାଖା ର ଫିଲଡ଼ ଅଫିସର ସୌଭାଗ୍ୟ କେଶରୀ ହୋତା ଏବଂ କୋଷାଧ୍ୟକ୍ଷ ବ୍ରିଜେଶ କୁମାର ସେଟ ପ୍ରମୁଖ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସଗାର ସାହୁ ,ମିଲନ କୁମାର ଭୋଇ, କୋପନେଶ୍ଵର ବେମାଲ ନେତାଜୀ କ୍ଲବ ବଲବସପୁର ର ସଭାପତି ବିଜନ ପଧାନ, ସମ୍ପାଦକ ପ୍ରଦୀପ ପଧାନ କ୍ଲବ ର ସଦସ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.