ପୁଣି କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ନିଆଁ : ବନ ବିଭାଗ ପାଖରେ ଖବର ନାହିଁ!

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ କିଡିଙ୍ଗ ବିଟ୍ ର କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଛି । ଆଜି (ବୁଧବାର) ସନ୍ଧ୍ୟାରେ ନିଆଁ ଲାଗିଯିବା ଫଳରେ ଏଇ ଜଙ୍ଗଲରେ ଥିବା ଶହଶହ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହେବାରେ ଲାଗିଛି । କୌଣସି ଦୁର୍ବୃତ୍ତ ଏଇ ନିଆଁ ଜାଣିଶୁଣି ଲଗାଇ ଦେଇଥିବା ଚର୍ଚ୍ଚା ହେଉଥିବାବେଳେ ରାସ୍ତା କଡ଼ରେ ଥିବା ଏଇ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ବ୍ୟାପିବାରେ ଲାଗିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ ବନବିଭାଗ ନିକଟରେ କୌଣସି ଖବର ନାହିଁ । ଏପରିକି ବନାଗ୍ନି ରୋକିବାକୁ ବନବିଭାଗ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସତ୍ତ୍ବେ ଜଙ୍ଗଲ ନିଆଁକୁ ରୋକିବାକୁ ସଫଳ ହୋଇପାରୁନାହିଁ । ବନବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଦାୟିତ୍ବହୀନତା ତଥା ଅବହେଳା ଯୋଗୁଁ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାବେଳେ ଏହାଦ୍ବାରା କେବଳ ଜଙ୍ଗଲ ପୋଡ଼ି ପାଉଁଶ ହେଉନି ବରଂ ଅଞ୍ଚଳର ଜୈବ ବିବିଧତା ଉପରେ ମଧ୍ୟ ଦୁଷ୍ପ୍ରଭାବ ପକାଉଛି । ଏଣୁ ଦାୟିତ୍ବହୀନ ବନବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.