ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅ’ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରକାଶ ପାଉଥିବା ସମ୍ପୂର୍ଣ୍ଣ ନାରୀ ଭିତ୍ତିକ ସାହିତ୍ୟ ପତ୍ରିକା ପେଞ୍ଜୋରାଣୀ ତରଫରୁ ଏକ ସାହିତ୍ୟ ଆସର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାଟିକୁ ସୁଶ୍ରୀ ଝରଣା ପଧାନୀ ସଂଯୋଜନା କରିଥିବା ବେଳେ ଦ୍ରୌପଦୀ ଜଗତ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସଭାପତି ଦାୟିତ୍ୱରେ ପେଞ୍ଜୋରାଣୀ ପତ୍ରିକାର ସମ୍ପାଦିକା ସଞ୍ଜିତା ପ୍ରଧାନ ତଥା ମୁଖ୍ୟ ଅତିଥି ଭାବରେ ପର୍ବତାରୋହୀ ସାହିତ୍ୟିକା ଲିପ୍ସାମୟୀ ଦୁବେ ନିଜର ବ୍ୟକ୍ତବ ପ୍ରଦାନ କରିବା ସହ ନାରୀ ମାନଙ୍କ ପାଇଁ ଉଦିଷ୍ଟ ପତ୍ରିକା, ସାମାଜିକ ଜୀବନରେ ନାରୀର ଉନ୍ନତି, ବାଲ୍ୟ ବିବାହ, ଶିକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରିୟା ସାହୁଙ୍କ ସଂଯୋଜନାରେ ଯଶୋଦା ମାଝୀ, ଆରତୀ ବଡଜେନା, ମମତା ଦାଶ, ବିଶାଖା ମାଝୀ, ଡୋନା ଭୂୟାଁ, ସରିତା ସାହୁ, ଗାୟତ୍ରୀ ବହାଦୁର,ରଚିତା ମେହେର, ପୂଜା ଷାଣ୍ଢ, ସନ୍ତୋଷୀନି ମାଝୀ, ଶୁଭଶ୍ରୀ ମହାପାତ୍ର,ଝରଣା ପାଢ଼ୀ, ଆନନ୍ଧିନି ଦାଶ,ଅମିଷା ପଧାନ, ହର୍ଷିତା ପାଳ, ପ୍ରତିଭା ଦାଶ,ଆଦି ଓଡ଼ିଶାର ଅନେକ କବି କବିତା ପାଠ କରିଥିଲେ। ଏହି ଅସାର ପାଇଁ ଅ’ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆୟୋଜିତ କରିଥିବା ବେଳେ ଅନୁଷ୍ଠାନର ନରେଶ କୁମାର ସାହୁ, ବିଶ୍ୱନାଥ ସାହୁ, କାହ୍ନ ଚରଣ ସାହୁ, ତପନ କୁମାର ସାହୁ ଆଗାମୀଦିନରେ ଏମିତି ସହଯୋଗ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ।