ପିପଲଭାଡ଼ିଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେସିଙ୍ଗା ବ୍ଲକ ନାସିଗାଁ ପଞ୍ଚାୟତ ପିପଲଭାଡ଼ି ଗାଁର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ବେଦାନ୍ତ ନନ୍ଦଘର ପିସିଆଇ ଇଣ୍ଡିଆ କ୍ଲଷ୍ଟର୍ କୋଅର୍ଡିନେଟର ପୂଜା ରାଉତଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା ଏଥିରେ ସେ ଏକବିଂଶ ଶତାବ୍ଦୀରେ ମହିଳାଙ୍କ ସୁରକ୍ଷା ଓ ଅଧିକାର ଉପରେ ସମସ୍ତଙ୍କୁ ଅବଗତ କରେଇବା ସହ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରେଇଥିଲେ। ବିଶେଷ କରି ସ୍ୱାସ୍ଥ୍ୟ ସୁରକ୍ଷା ଓ ନେତୃତ୍ୱ ଉପରେ ଆଲୋଚନା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନୱାଡ଼ି କର୍ମୀ ରୀତା ପ୍ରଧାନୀ, ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଜ୍ଞା ପ୍ରାରମ୍ଭିକା ପଣ୍ଡା ଉପସ୍ଥିତ ଥିଲେ। ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ପିଆରଆଇ ସଦସ୍ୟ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.